ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାୟଗଡ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ନନ୍ଦକିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାଇପ୍ରିୟା ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରି ବୃକ୍ଷରୋପଣ କରାଯାଇଥିଲା । ଟ୍ରଷ୍ଟ ପରିସରରେ ଥିବା ଅନାବନା ଗଛକୁ ସଫା କରିବା ସହ ବେଲ, କରଞ୍ଜ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ଦୟାନନ୍ଦ ଖାଡ଼ଙ୍ଗା, ଉପଦେଷ୍ଟା ପ୍ରଦୀପ ଦାସ, ଲାଡି ଚନ୍ଦ୍ରମୌଲି, ଅରୁଣ କୁମାର ସାହୁ, ଲକ୍ଷ୍ମୀନାରାୟଣ ପାଢ଼ୀ, ଗୀତାରାଣୀ ମିଶ୍ର, ଟି.ଏନ୍‌. ରାଓ, ପ୍ରତାପ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.