ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ. ଜ୍ୟୋସ୍ନା ପଟ୍ଟନାୟକଙ୍କ ସଭାପତିତ୍ୱ ଓ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ଶତପଥୀଙ୍କ ଆବାହକତ୍ଵରେ ଆୟୋଜିତ ଏହି ଶିବିରରେ ସହରର ବିଭିନ୍ନ ଡ଼ାକ୍ତରଖାନାର ଡାକ୍ତରମାନେ ଯୋଗଦେଇ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୬୫୦ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ସ୍କୁଲର ଶିକ୍ଷକ ରଞ୍ଜିତ ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ରାଧାନାଥ ଶତପଥୀ, ରୁଦ୍ରମଣୀ ସାହୁ, ଲୋପିତା ଧଳ, ଶଶି ଶେଖର ଦୁବେ, ସୁନିତା ପଟେଲ, ଏସ୍ ପରିଡ଼ା, ଏ ପାଢ଼ୀ, ସି ଆର୍. ନନ୍ଦୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୨୫ ତାରିଖ ଦିନ ହେବ ବୋଲି ସ୍କୁଲ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ସ୍କୁଲର ସମ୍ପାଦକ ଡା. ପି. କେ. ପାତ୍ର, କଳ୍ପନା ଚୌଧୁରୀ, ସୌମ୍ୟରଞ୍ଜନ ପାଣିଗ୍ରାହୀ, ଅଞ୍ଜଳି ମହାନ୍ତି, ପ୍ରତିଭା ରାଉତ, ସୁନିତା ସେଠୀ, ଅନ୍ୱେଷା ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.