ଆଇନ ମହାବିଦ୍ୟାଳୟରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ବନମହୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ବିଭୁରଞ୍ଜନ ପଟ୍ଟନାୟକଙ୍କ ଆବାହକତ୍ଵ ତଥା ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଡିଏଫଓ ଯଶୋବନ୍ତ ସେଠୀ, ରାଉରକେଲା ବାର୍ ଆସୋସିଏସନ୍ ସଭାପତି ସଦାନନ୍ଦ ସାହୁ, ଉପସଭାପତି ରାଜକିଶୋର ପ୍ରଧାନ, ସମ୍ପାଦକ ଦେବେନ୍ଦ୍ର ତନ୍ତୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ପରିଚାଳନା ସମିତିର ସଞ୍ଜୀବ ମହାନ୍ତି, କାଶୀନାଥ ପଣ୍ଡା, ଛବି ମହାନ୍ତି, ଏମ୍‌ଡି ରଫିକ, ପ୍ରଶାନ୍ତ ସେଠୀ, ଜ୍ୟୋତି ଟେଟେ, ସନ୍ତୋଷ ନାୟକ, ଆଲୁମିନି ଆସୋସିଏସନ୍‌ର ସାଧାରଣ ସମ୍ପାଦକ ତ୍ରିଲୋକନାଥ ପାଣ୍ଡେ, ମୁଖପାତ୍ର କୁଞ୍ଜବିହାରୀ ରାଉତ, ସୁଦାମ ଦାଶ, ଗିରିଶ ମହାପାତ୍ର, ଆନନ୍ଦ ଚନ୍ଦ୍ର ମହାନ୍ତି, ମନୋରଞ୍ଜନ ଦାଶ, ଦେବବ୍ରତ ପଟ୍ଟନାୟକ, ସୁରେଶ ମାଝୀ, ବବିତା ମହାପାତ୍ର, ରାମ ପଟ୍ଟନାୟକ, ଦେବାଶିଷ ମହାନ୍ତି, ଚଣ୍ଡୀ ଷଡ଼ଙ୍ଗୀ, ଗଣେଶ ପ୍ରଧାନ, ତାରିଣୀ କିଙ୍କର ଦାସ ପ୍ରମୁଖ ତଥା ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତି, ଅଧ୍ୟାପିକା ଡ. ପ୍ରଜ୍ଞା ପରିମିତା ପଣ୍ଡା, ଅଧ୍ୟାପକ ତନ୍ମୟ ରାଜ ପାଢ଼ୀ, ଅଧ୍ୟାପକ ଡ. ଦିବ୍ୟେନ୍ଦୁ କୁମାର ପଣ୍ଡା, ମନୋରଞ୍ଜନ ମହାନ୍ତି, ଲକ୍ଷ୍ମୀପ୍ରିୟା ସାହୁ, ସୁଜାତା ନାୟକ, ଅକ୍ଷୟ ଦାଶ, ଆୟୁଷ୍ମାନ ସାହୁ, ହୃଦୟ ରଞ୍ଜନ ମହାନ୍ତି, ଦେବକୀ କାରୁଆ, ରବିନ୍ଦ୍ର ବାଲମୁଚୁ, ନିତ୍ୟାନନ୍ଦ ବିଶୋଇ, ଦେବାଶିଷ ବେହେରା ପ୍ରମୁଖ ଓ କଲେଜର ବହୁ ଛାତ୍ରଛାତ୍ରୀ ଯୋଗଦେଇ ଶତାଧିକ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଇଣ୍ଡୋର ପ୍ଲାଣ୍ଟ ପ୍ରଦର୍ଶନୀ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ରୀ ପ୍ରିୟା ପାଣିଗ୍ରାହୀ, ସ୍ମୃତି ମଞ୍ଜୁସା, ଜ୍ୟୋତିର୍ମୟ ତ୍ରିପାଠୀ, ପରିସ୍ମିତା ସେଠୀ, ଶର୍ମିଷ୍ଠା ମହାନ୍ତି, ମୁସ୍କାନ ଖାତୁନ, ସ୍ନିଗ୍ଧା ଜେନା ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସା କରିବା ସହ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.