ହାପି ମୋମେଣ୍ଟସ୍‌ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ଦ୍ୱାରା ହୃଷିକେଶ ରାୟ ମହାବିଦ୍ୟାଳୟରେ ବନ୍ଧୁତ୍ୱ ଦିବସ ପାଳନ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ । ବୃକ୍ଷ ହିଁ ଆମର ପ୍ରକୃତ ବନ୍ଧୁ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା, ରେଞ୍ଜର ପାନପୋଷ ଜିଆନେଡ୍ରା ଲିମା, ମହାବିଦ୍ୟାଳୟର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ପାଣିଗ୍ରାହି ଅତିଥି ଭାବରେ ଯୋଗ ଦେଇଥିଲେ । ବନ୍ଧୁତା ଦିବସ ପାଳନ ପାଇଁ ଏନ୍‌ଏସ୍‌ଏସ୍ ଦଳର ଛାତ୍ର, ଶିକ୍ଷକ ଏବଂ ସ୍ୱେଚ୍ଛାସେବୀ ଏନ୍‌ଜିଓର ଶତାଧିକ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଫରେଷ୍ଟର ପ୍ରଦୀପ ସାହୁ, ଦିବାକର ଦାସ, ରୋବର୍ଟ ହାଇଫିଲ, ଶ୍ରୀକାନ୍ତ ସାର୍, କାହ୍ନା ଅଗ୍ରୱାଲ, ସାଗାରିକା ମାମ୍, ରଶ୍ମିତା ପଣ୍ଡା, ତରୁଲତା ସାମଲ, ନମିତା ପାତ୍ର, ରଂଜନ ସାହୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସମର୍ଥନ କରିଥିଲେ । ପ୍ରତିଷ୍ଠାତା ଶ୍ରୀ ପଣ୍ଡାଙ୍କ ଜନ୍ମଦିନ ପାଇଁ ଯୁବ ଶକ୍ତି ଏନ୍‌ଏସ୍‌ଏସ୍‌ ସଦସ୍ୟମାନଙ୍କ ସହିତ ବନ୍ଧୁତ୍ୱ ଦିବସରେ ବୃକ୍ଷରୋପଣ ପାଇଁ ମାର୍ଗଦର୍ଶନ କରିଥିଲେ ।

Leave A Reply

Your email address will not be published.