ରାଉରକେଲାର ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ, ଏନ୍‌ଆଇଟି କ୍ୟାମ୍ପସ, ରାଉରକେଲା ବିଦ୍ୟାଳୟ ପ୍ରାଙ୍ଗଣରେ ବନ ବିଭାଗର ନୂତନ ଗାଇଡ୍‌ ଲାଇନ୍‌ ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କର ମିଳିତ ସମାବେଶରେ ଏକ ବିଦ୍ୟାଳୟ ସ୍ତରୀୟ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି । ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମଧ୍ୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ମୁଖ୍ୟ ଅତିଥି ଭାବେ ଏନ୍‌ଆଇଟି ରାଉରକେଲାର ନିଦ୍ଦେଶକ ଡ, କେ. ମହେଶ୍ୱର ରାଓ, ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ପାଠାଗାରର ସାଧାରଣ ସମ୍ପାଦକ ହରିହର ଶତପଥି ତଥା ସମ୍ମାନିତ ବକ୍ତା ଭାବରେ ସିଆର୍‌ସିସି ସିପ୍ରା ସାହୁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିପାରିଥିଲେ । ଏଥିରେ ବରିଷ୍ଠ ଶିକ୍ଷକ ସରୋଜ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶ୍ରୀମତୀ ନିରୁପମା ଦାସ ପତି ମଞ୍ଚ ପରିଚାଳନା କରିଥିଲେ । ଅତିଥିମାନେ ବୃକ୍ଷରୋପଣ ପରି ମହାପୂଣ୍ୟ କାର୍ଯ୍ୟକ୍ରମର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ । ଏହି ଉତ୍ସବରେ ସୁଜାତା ତ୍ରିପାଠୀ, ଅଜୟ ରାଉତ, ଛବିରାଣୀ ପ୍ରଧାନ, ପୂଜା ସ୍ୱାଇଁ, ମିନତୀ ଖମାରୀ, ନମିତା ଦନ୍ତା, ସାଗର ପରିଡା, ଭରତ ସେଠୀ, ହରିଶଙ୍କର କାମିଲା, ଅନ୍ନପୂର୍ଣ୍ଣା ସାହୁ, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ, ମମତା ସେନାପତି, ସୁଜାତା ମିଶ୍ର ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସହଯୋଗ କରିଥିଲେ । ସଭାପତି ତଥା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରା ବୃକ୍ଷରୋପଣର ଆଭିମୁଖ୍ୟ ଓ ଉପକାରିତା ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ୫ଟି ବିଦ୍ୟାଳୟର ଏନ୍‌ସିସି, ସ୍କାଉଟ, ଜେଆର୍‌ସି ଛାତ୍ରଛାତ୍ରୀମାନେ ଅତିଥି ମାନଙ୍କୁ ସସମ୍ମାନେ ସ୍ୱାଗତ କରିଥିଲେ । ଏପରି ସୁନ୍ଦର କାର୍ଯ୍ୟକ୍ରମ ଅଭିଭାବକ ମାନେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ବିଜୟ ମହନ୍ତୋ, ଜତିନ୍ଦ୍ର ଭୋଇ, ସୁରେଖା ନାୟକ, ସାବିତ୍ରୀ ଦେବୀ, ବନିତା ଦେବୀ, ପ୍ରତିମା ଦେବୀ ଉପସ୍ଥିତ ଥିଲେ । ପରିଶେଷରେ, ବରିଷ୍ଠ ଶିକ୍ଷକ ଶ୍ରୀମତୀ ଛବି ରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରି ଏ ବିଦ୍ୟାଳୟରେ ବିବିଧ ଗୁଣାତ୍ମକ ଶିକ୍ଷା ସହିତ ପିଲାମାନଙ୍କର ସାମଗ୍ରିକ ଉନ୍ନତି ପରି କାର୍ଯ୍ୟକ୍ରମ ବିବିଧ ଅଭିଭାବକ ଓ ବୁଦ୍ଧିଜୀବୀମାନ ପସନ୍ଦ କରିଥିଲେ ।

Leave A Reply

Your email address will not be published.