ls

ରାଉରକେଲା କଲେଜ ଓ କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ବନମହୋତ୍ସବ କାର୍ଯ୍ୟକ୍ରମ

sb

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍ ଏବଂ ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ତପସ୍ୱିନୀ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ କ୍ଲିନ୍ ଆଣ୍ଡ ଗ୍ରୀନର ବରିଷ୍ଠ ସଦସ୍ୟ ଇନ୍ଦ୍ରଜିତ ସିଂ, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ ପାତ୍ର, ଅକ୍ଷୟ ଜେନା, ସତ୍ୟ ଦାସ ପ୍ରମୁଖ ଯୋଗଦେଇ ବନମହୋତ୍ସବର ଆଭିମୁଖ୍ୟ ଓ ଚଳିତବର୍ଷର ଥିମ୍ ‘ମା’ ପାଇଁ ଗଛଟିଏ’ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଏକମାତ୍ର ବିକଳ୍ପ ତଥା ବୃକ୍ଷର ଉପକାରିତା ସଂପର୍କରେ କହିବା ସହ ମା’ଙ୍କ ନାମରେ ସମସ୍ତେ ଗଛଟିଏ ଲଗାଇ ସମାଜ ପ୍ରତି ପ୍ରତିବଦ୍ଧତା ରଖିବାକୁ ଆହ୍ୱାନ ଦେଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଓ ଯୁବ ରେଡକ୍ରସ୍ ଅଧିକାରୀ ପ୍ରାଧ୍ୟାପକ ମନୋଜ କୁମାର ଦଳାଇ ବନମହୋତ୍ସବର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଯୁବ ରେଡକ୍ରସ୍ ସହ ଅଧିକାରୀ ପ୍ରାଧ୍ୟାପକ ରଞ୍ଜିତ ପ୍ରଧାନ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ଓ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି, କ୍ଲିନ୍ ଆଣ୍ଡ ଗ୍ରୀନର କର୍ମକର୍ତ୍ତା, ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀଗଣ କଲେଜ ପରିସରରେ ୬୦ରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଯୋଜକ ମନୋଜ କୁମାର ନାୟକ, ବିନୋଦ ରାଉତ, ସୁମନ୍ତ ଉପାଧ୍ୟାୟ, ଜ୍ଞାନଜିତ୍ ଦାସ, ପ୍ରଦୀପ କୁମାର ଭୋଇ, ଗୀତାଞ୍ଜଳି ନାୟକ, ଅଙ୍କିତ ବେହେରା, ଚନ୍ଦ୍ରକାନ୍ତ ନାୟକ, ସୁକୁ କିଣ୍ଡୋ, ଆର୍‌. କେ. ସାହୁ, ପ୍ରଦୀପ କୁମାର ସ୍ୱାଇଁ, ସୁନିଲ କୁମାର ଦାସ, ସସ୍ମିତା ପ୍ରଧାନ ତଥା କଲେଜର ପ୍ରାଧ୍ୟାପକ ରଶ୍ମି ରଂଜନ ରାଉତ, ବନ୍ଦନା ସୋରେଙ୍ଗ, ତରଣୀ ନାୟକ, ବୈଜୟନ୍ତୀ ବାରିକ, ମୌସୁମୀ ଦାସ, ସ୍ୱପ୍ନା ପଟେଲ, ସନ୍ତୋଷ ରଜାକ, ଜିତେନ୍ଦ୍ର ଡାକୁଆ, ଗୋକୁଳ ଚନ୍ଦ୍ର ପ୍ରଧାନ, ରାଜକୁମାର ସାହୁ, ଦୁର୍ଯ୍ୟୋଧନ ଖଟୁଆ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳୀକୃତ କରାଇଥିଲେ ।

pc pk
Leave A Reply

Your email address will not be published.