oum

ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରାପଡାର ଅଗ୍ରଣୀ ସାମାଜିକ ସଂଗଠନ ଦ ମିରର ସୋସିଆଲ୍‌ ଫାଉଣ୍ଡେସନ୍‌ ଅନୁଷ୍ଠାନ ତରଫରୁ ଆଜି କେନ୍ଦ୍ରାପଡାର ରାଜକନିକା ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଗଲା । ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହ ସହ ବର୍ଷାର ଆଗମନ ହେବାରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଦ ମିରର ଫାଉଣ୍ଡେସନ୍‌ ଅନୁଷ୍ଠାନର ଚେୟାରମ୍ୟାନ ବିଶ୍ୱଜିତ ରାଉତଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରାଗଲା । ପାଖାପାଖି ୧୦୦ରୁ ଅଧିକ ବୃକ୍ଷରୋପଣ କରାଗଲା । ଅନୁଷ୍ଠାନର କିଛି ସଦସ୍ୟ ଏବଂ ଅନ୍ୟମାନେ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ । ଜ୍ୟୋତିପ୍ରକାଶ ବିଶ୍ୱାଳ, ଜଗିଅପ୍ରକାଶ ବିଶ୍ୱାଳ, ଜୟପ୍ରକାଶ ବିଶ୍ୱାଳ, ଟୁଟୁ ବିଶ୍ୱାଳ, ସୁକାନ୍ତି ବିଶ୍ୱାଳପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଫାଉଣ୍ଡେସନ୍‌ର ଚେୟାରମ୍ୟାନ ବିଶ୍ୱଜିତ ରାଉତ ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.