oom

ତହଁକ୍ କୁଟୁମ୍ ତରଫରୁ ନିଆରା ସାହିତ୍ୟ କାର୍ଯ୍ୟକ୍ରମ : ‘ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍, ତହଁକ୍ ପୁହୁଁଚିଲା ଘର୍ କେ ଘର୍’

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ କୋଶଲୀ ଭାଷାର ଶବ୍ଦ ଗୀତ ପାରମ୍ପରିକ ଜିନିଷର ଆଜିକାଲି ଖୁବ୍ କମ୍ ଦେଖିବାକୁ ମିଳୁଛି । ଆଜିର ଦିନରେ ସମସ୍ତେ ନିଜ ନିଜର ବ୍ୟସ୍ତତା ଭିତରେ ରହି ମାଁ ମାଟିର ଭାଷା ସାହିତ୍ୟକୁ ଭୂଲିଯିବାକୁ ବସିଲେଣି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ କୋଶଲୀ ସାହିତ୍ୟ ଅନୁଷ୍ଠାନ ତହଁକ୍ କୁଟୁମ୍ ପକ୍ଷରୁ ‘ସ୍କୁଲ୍ ନୁ କଲେଜ୍ ଗାଁ ନୁ ସହର୍, ତହଁକ୍ ପୁହୁଁଚିଲା ଘର୍ କେ ଘର୍’ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ଜାମୁଟିଆ ଗ୍ରାମରେ ହୋଇଯାଇଛି । ଗାଁରେ ଏକ ପରିକ୍ରମା କରାଯିବା ପରେ କୋଶଲୀ ଭାଷା ଆଜିର ଏଇ ଚକଚକିଆ ବିଦେଶୀ ଭାଷାର ଚକ ତଳେ କେମିତି ଚାପି ହେବାକୁ ବସିଥିବା ବେଳେ ନିଜର ମାତୃଭାଷା କୋଶଲୀର କେମିତି ପୁନରୁଦ୍ଧାର କରି ଆଗାମୀ ପିଢିକୁ ଜଣାଇ ଆମ ଭାଷାକୁ ବଞ୍ଚାଇ ରଖିବା ସେ ପ୍ରତି ଜନସାଧାରଣଙ୍କୁ କବିମାନେ ନିଜର ବକ୍ତବ୍ୟ ଏବଂ କବିତା ମାଧ୍ୟମରେ ଜଣେଇଥିଲେ । ବର୍ଷିଆନ୍ କବି ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଏହି ସଭାରେ ତହଁକ୍ ସଂପାଦକ ରାଜେଶ ଦଣ୍ଡସେନା, କବି ଅର୍ଜୁନ କୁମାର ସାହୁ, ଆଶୁକବି ଗରିବ ମଲ୍ଲିକ, କବୟିତ୍ରୀ ପ୍ରଭାସିନୀ ଭୋଇ, କବି ମିଲନ୍ ପଣ୍ଡା, କବି ପୂର୍ଣ୍ଣଚନ୍ଦ୍ର ଯୋଷୀ, କବି ମନୋରଞ୍ଜନ ସା ଯୋଗଦେଇ କୋଶଲୀ କବିତା ଜନସାଧାରଣଙ୍କୁ ଶୁଣାଇଥିଲେ । ଆଗକୁ ପ୍ରତି ମାସରେ ସ୍କୁଲ କଲେଜ କିମ୍ବା ଗାଁ ସ୍ତରରେ ମାସକୁ ଗୋଟିଏ ଦୁଇଟି କୋଶଲୀ ଭାଷା ଚର୍ଚ୍ଚା ଘର୍ ଘର୍ ତକ୍ ତହଁକ୍ କୁଟୁମ୍ ପହଂଚାଇବ ବୋଲି ସଂପାଦକ ରାଜେଶ ଦଣ୍ଡସେନା ନିଜ ବକ୍ତବ୍ୟରେ କହିଥିଲେ । କବି ଅର୍ଜୁନ କୁମାର ସାହୁ ଆମ ଭାଷାରେ ଚାଲିବା ଠୁ ନେଇ ଝିଅ ବିଦା ହେବା ଏବଂ ଜନ୍ମ ଠୁ ନେଇ ମରିବା ପର୍ଯ୍ୟନ୍ତ କେମିତି ଗୀତ ଅଛି ନିଜେ ଗାଇ ଶୁଣାଇଥିଲେ । ଗ୍ରାମର ଶହ ଶହ ଦର୍ଶକ ମନଭରି ଉପଭୋଗ କରିଥିଲେ । ଭୋଜରାଜ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.