ଆନ୍ତଃ ଜିଲ୍ଲା ମହିଳା ପି ସି ବେହେରା ଫୁଟବଲ ଟୁର୍ଣ୍ଣାମେଣ୍ଟ, ଆସନ୍ତା ୨୩ ତାରିଖ ରୁ ୩ଟି ଜୋନ ବରଗଡ, ସୋହେଲା ଓ କଦଳୀପାଲିରେ ଆୟୋଜିତ ହେବ

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୨୩ ତାରିଖରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଆନ୍ତଃ ଜିଲ୍ଲା ମହିଳା ପି ସି ବେହେରା ଫୁଟବଲ୍ ଟୁର୍ନାମେଣ୍ଟ । ଫୁଟବଲ ଏସୋସିଏସନ ଅଫ ଓଡ଼ିଶା ଓ ଜିଲ୍ଲା କ୍ରୀଡା ସଂସଦ ବରଗଡର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ଟି ଆସନ୍ତା ୨୩.୦୮.୨୪ ତାରିଖରୁ ଆରମ୍ଭ ହୋଇ ୦୧.୦୯.୨୪ରେ ଫାଇନାଲ୍ ସହିତ ଶେଷ ହେବ । ୪ଟି ଜୋନ ସହିତ ୩ଟି ସ୍ଥାନରେ ଏହା ଖେଳାଯିବ । ବରଗଡରେ ୨ଟି ଜୋନ୍ରେ ଖେଳ ଆୟୋଜନ ହେବ ଏବଂ ଏହା ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ, ସୋହେଲାରେ ଗୋଟିଏ ଜୋନ୍ ଯାହାକି ସୋହେଲା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ସୋହେଲା କ୍ରୀଡା ସଂଘ ସହ-ହୋଷ୍ଟ ଭାବରେ ଆୟୋଜନ କରିବ ଏବଂ କାଦଲିପାଲିରେ ଗୋଟିଏ ଜୋନ୍ ଖେଳାଯିବ ଯାହାକି ଆନନ୍ଦ ଫୁଟବଲ ଗ୍ରାଉଣ୍ଡ୍‌ରେ ଏବଂ କ୍ରୀଡ଼ା ସଂଘ, କାଦଲିପାଲି ଦ୍ୱାରା ସହ-ହୋଷ୍ଟ ଭାବରେ ଏହା ଆୟୋଜିତ ହେବ । ବରଗଡ ଷ୍ଟାଡିୟମରେ ୧୧ଟି ଦଳ ଯଥା (ଜୋନ୍ -୧- ଖୋର୍ଦ୍ଧା , ଝାରସୁଗୁଡ଼ା, ସୁବର୍ଣ୍ଣପୁର, ଭଦ୍ରକ, କଟକ), (ଜୋନ୍-୨- ସମ୍ବଲପୁର, କେନ୍ଦ୍ରାପଡା, ବାଲେଶ୍ଵର, ଯାଜପୁର, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ସୁନ୍ଦରଗଡ- ବି) ଦଳ ଗୁଡିକ ୧୦ଟି ମ୍ୟାଚ୍ ଖେଳିବେ । ସୋହେଲା ଜୋନ ଠାରେ ୬ଟି ଟିମ୍ ଯଥା (ସୁନ୍ଦରଗଡ- ଏ, ଓଡିଶା ପୋଲିସ୍, ଜଗତସିଂପୁର, ଦେଓଗଡ, ନବରଙ୍ଗପୁର, ମୟୂରଭଞ୍ଜ) ଦଳ ଗୁଡିକ ୫ଟି ମ୍ୟାଚ୍ ଖେଳିବେ । ସେହିପରି କଦଲିପାଲି ଠାରେ ୫ଟି ଦଳ ଯଥା (ପୁରୀ, ବରଗଡ, ବଲାଙ୍ଗିର, କେନ୍ଦୁଝର ,ଭୁବନେଶ୍ୱର) ଆଦି ୪ଟି ଦଳ ମ୍ୟାଚ୍‌ ଖେଳିବେ । ଆସନ୍ତା ୩୦/୦୮/୨୪ ତାରିଖରେ ପ୍ରତିଯୋଗିତାର ୨ଟି ଯାକ ସେମି ଫାଇନାଲ୍ ଆୟୋଜିତ ହେବ ଏବଂ ୦୧/୦୯/୨୪ ତାରିଖ ଦିନ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ଟୁର୍ନାମେଣ୍ଟ ପାଇଁ ଖେଳାଳିଙ୍କ ରହଣି ବରଗଡରେ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ, ଗୌରୀ କଲ୍ୟାଣ ମଣ୍ଡପ, ସୋହେଲା ଏବଂ କେ ଡି ଭବନ, କଦଲିପାଲିରେ ବ୍ୟବସ୍ଥା କରାଯାଇଛି । ଏହି ଟୁର୍ନାମେଣ୍ଟରେ ଅଫିସିଆଲ୍ ହେବାକୁ ମୋଟ ୨୧ ମ୍ୟାଚ୍‌ ରେଫ୍‌ରି ଅଛନ୍ତି । ଏହା ବ୍ୟତୀତ ପ୍ରତ୍ୟେକ ପଡିଆ ପାଇଁ ଜଣେ ଲେଖାଏଁ ଏଭଳି ୩ଜଣ ମ୍ୟାଚ୍‌ କମିଶନର ରହିବେ । ରେଫ୍‌ରି ମାନଙ୍କର ସମୀକରଣ ହେଉଛି ୧୧(ବରଗଡ)/ ୫(ସୋହେଲା) / ୫(କଦଲିପାଲି) । ସମସ୍ତେ ଫୁଟବଲ ଏସୋସିଏସନ ଅଫ ଓଡ଼ିଶା କ୍ୱାଲିଫାଏଡ୍ ଏଲିଟ୍ ପ୍ୟାନେଲ୍ ରେଫ୍‌ରି ଏବଂ ୨୧ଜଣ ରୁ, ୧୫ ଜଣ ମହିଳା ରେଫ୍‌ରି ମ୍ୟାଚ୍ ପରିଚାଳନା କରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କ୍ରୀଡା ସାଂସଦ ପକ୍ଷରୁ କୁହାଯାଇଛି । ଏଥିରେ ସମ୍ପାଦକ କିଶୋର ମିଶ୍ର, ଉ.ସ.ଯୁଗଳ ସିଂ, ଫାଓ ଉପସଭାପତି ରବି ପଣ୍ଡା ଉପସ୍ଥିତ ଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ

Leave A Reply

Your email address will not be published.