କଂଗ୍ରେସ ଦଳ ପକ୍ଷରୁ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ ଦାସଙ୍କ କଡ଼ା ନିନ୍ଦା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଭାଲେ ଗାଁ ପଞ୍ଚାୟତର ବାଗଡେର ଗ୍ରାମର ନୀଳ ରଣା ନିଜର ଏକ ମାସର ଶିଶୁ କନ୍ୟାକୁ କୋଡ଼ିଏ ହଜାର ଟଙ୍କାରେ ବିକ୍ରି ଘଟଣା ପ୍ରଚାରିତ ହେବା ପରେ ସୋମବାର ଅପରାହ୍ନରେ କଂଗ୍ରେସ ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପିସିସି ମିଡ଼ିଆ ସେଲ ଚେୟାରମେନ ଅରବିନ୍ଦ ଦାସଙ୍କ ନେତୃତ୍ୱରେ ସେହି ଗ୍ରାମକୁ ଯାଇ ନିଲ ରଣାର ପରିବାର ସହ ଆଲୋଚନା କରିସାରିବା ପରେ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଟିଟିଲାଗଡ଼ର ପୂର୍ବତନ ବିଧାୟିକ ପ୍ରାର୍ଥୀ ବିରେନ୍ଦ୍ର ବାଗ, କଳାହାଣ୍ଡି ସାଂସଦ ପ୍ରାର୍ଥୀ ଦ୍ରୋପଦି ମାଝୀ, ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ଜ୍ୟୋତ୍ସ୍ନା ବଗର୍ତ୍ତି, କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୁଷଣ ବେମାଲ, ନୂଆପଡ଼ା ପୂର୍ବତନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ, ଡମ୍ବରୁଧର ଛତ୍ରିଆ, ଦେବାନନ୍ଦ ସାହୁ, ମଗନଲାଲ ନାଗ( ଟିଟିଲାଗଡ଼ ବ୍ଲକ କଂଗ୍ରେସ ସଭାପତି)ଲିଙ୍ଗ ସୁନା, ସୁରଜ ବେହେରା(ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ) ଉପସ୍ଥିତ ଥିଲେ । ତେବେ ରାଜ୍ୟ ସରକାର ଏକ ବର୍ଷର ସଫଳତାର ଡିଣ୍ଡିମ ପିଟୁଥିବା ବେଳେ ଏହା କଣ ତାହାର ଏକ ନଗ୍ନ ଉଦାହରଣ ବାଗଡେର ଗ୍ରାମରେ ଦେଖିବାକୁ ମିଳୁଛି । ଜଣେ ଦମ୍ପତି ନିଜର ଶିଶୁ କନ୍ୟାର ଭରଣ ପୋଷଣ ନ କରିପାରି କୋଡ଼ିଏ ହଜାର ଟଙ୍କାରେ ବିକ୍ରି କରିବା କଣ ଆମ ରାଜ୍ୟର ବିକଶିତ ଚିତ୍ର କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିବା ସହ ସ୍ଥାନୀୟ ବିଧାୟକ ଯାଇ ଘଟଣା ଚାପିବାକୁ ଉଦ୍ୟମ କରିବା କଣ ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀଙ୍କ ସରକାରର କାମ କି ? ଯଦି କିଛି ସମସ୍ୟା ରହିଛି ସମାଧାନ କରି ସରକାରୀ ଯୋଜନାରେ ସାମିଲ ନ କରି ଘଟଣା ଚାପିବାକୁ ଉଦ୍ୟମ କରିବା କେତେ ଦୂର ଯଥାର୍ଥ ? ସେହିପରି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମୁଖ୍ୟମନ୍ତ୍ରୀ, ରେଭେନ୍ୟୁ ମିନିଷ୍ଟର ତଥା ଯୋଗାଣ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବିରେନ୍ଦ୍ର ବାଗ ।

jittmm
Leave A Reply

Your email address will not be published.