କାରର ପଛପଟ କାଚ ଭାଙ୍ଗିଲେ ଦୁବୃର୍ତ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜିର ଯୁଗରେ ଘର ବାହାରେ ନିଜର ଗାଡ଼ି ରଖିବା ବି ବିପଦ ହୋଇଗଲାଣି । ଟିଟିଲାଗଡ଼ ୱାର୍ଡ ନମ୍ବର ୨ର ବାସିନ୍ଦା ମଣି ଚରଣ ପଣ୍ଡାଙ୍କ ଘର ବାହାରେ ନିଜର ଡିଜାୟର କାର ଓଡ଼ି୦୩ଡବ୍ଲୁ ୯୧୧୩ ନମ୍ୱର୍ ବିଶିଷ୍ଟ କାର ନିଜ ଘର ସମ୍ମୁଖରେ ପ୍ରତିଦିନ ରଖୁଥିଲେ । ରବିବାର ସକାଳୁ ଘରୁ ବାହାରକୁ ଯିବା ପାଇଁ ଗାଡ଼ି କଭର କଢ଼ିଲା ବେଳକୁ ଦେଖିଲେ ଯେ ଗାଡ଼ି ପଛ ପଟେ ଦୁଇଟି କଣା ହୋଇ କାଚ ଭାଙ୍ଗି ଯାଇଛି । ତେବେ କିଛି ଅଜଣା ଯୁବକ କିଛି ଦିନ ହେବ ତାଙ୍କ ଘର ପାଖ ଖାଲି ପଡ଼ିଥିବା ସ୍ଥାନରେ ବସି ନିଶା ସେବନ କରିବା, ଅଚିହ୍ନା ଯୁବକ ଜମା ହୋଇ ମହିଳା ତଥା ଯୁବତୀଙ୍କୁ ଅଶ୍ଳୀଳ କମେଣ୍ଟ ମାରୁଥିବା ଅଭିଯୋଗ ହେଉଛି । ପ୍ରତିଦିନ ଏ ଜାଗାରେ ପୋଲିସ ପେଟ୍ରୋଲିଙ୍ଗ କରିବାକୁ ଦାବି କରିବା ସହ ଯିଏ ଏହି କାଣ୍ଡ ଭିଆଇଛି ତାକୁ ଗିରଫ କରିବାକୁ ଦାବି କରାଯାଇଛି । ଏନେଇ ଟିଟିଲାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି ।

Leave A Reply

Your email address will not be published.