oom

ହଲଧର ସାହିତ୍ୟର ଇଂରାଜୀ ଅନୁବାଦ ‘କାବ୍ୟାଂଜଳି – ୪’ ଉନ୍ମୋଚିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମଶ୍ରୀ ହଲଧର ନାଗଙ୍କ କାବ୍ୟର ଇଂରାଜୀ ଅନୁବାଦ ପୁସ୍ତକ କାବ୍ୟାଂଜଳି-୪ ଡିଜିଟାଲାଇଜେସନ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । କବିଙ୍କ କାବ୍ୟ ସୁନ୍ଦର ସାଏ, ଭୀମ ଭୋଇ, ଗଙ୍ଗାଧର ମେହେରକୁ ବିଶିଷ୍ଟ ଅନୁବାଦକୁ ସୁରେନ୍ଦ୍ର ନାଥ ଇଂରାଜୀରେ କାବ୍ୟାଂଜଳି-୪ ନାମରେ ଅନୁବାଦ କରିଛନ୍ତି । ଜେନିଥ ଷ୍ଟୋର ଦ୍ବାରା ପ୍ରକାଶିତ ଏହି ଆନ୍ତର୍ଜାତିକ ସଂପାଦିତ ପୁସ୍ତକଟି ଆମେରିକା ଠାରୁ ଉନ୍ମୋଚିତ ହୋଇଥିଲା । ଆମେରିକା ସ୍ଥିତ ପ୍ରାଚୀ ବେହେରା ଅନଲାଇନ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ । ଉନ୍ମୋଚନ କାର୍ୟ୍ୟକ୍ରମରେ ପଦ୍ମଶ୍ରୀ ହଲଧର ନାଗ, ଅନୁବାଦକ ସୁରେନ୍ଦ୍ର ନାଥ, ଅଧ୍ୟାପକ ସୁଶାନ୍ତ ମିଶ୍ର, କବି ଅଶୋକ ପୂଜାହାରୀ ଅଂଶଗ୍ରହଣ କରିଥିବା ବେଳେ ଆନ୍ତର୍ଜାତିକ ସ୍ତରରୁ ଇଣ୍ତୋ ଆମେରିକାନ ସେବକ ଫାଉଣ୍ତେସନର ପ୍ରଶାନ୍ତ କୁମାର ବେହେରା, କମୋଡର ଏନ.ସି.ଷଡଙ୍ଗୀ ପ୍ରମୁଖ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ । ସୂଚନା ଯୋଗ୍ୟ ଯେ କବିଙ୍କ ବିଭିନ୍ନ କାବ୍ୟ କବିତାକୁ ନେଇ ସୁରେନ୍ଦ୍ର ନାଥ ପୂର୍ବରୁ କାବ୍ୟାଂଜଳୀର ତିନୋଟି ଭାଗ ପ୍ରକାଶିତ କରିଥିବା ବେଳେ ଏହା ଚତୁର୍ଥ ଭାଗ ଅଟେ । କବିଙ୍କ ସମସ୍ତ କୃତୀକୁ ପର୍ୟ୍ୟାୟକ୍ରମେ ସେ ପ୍ରକାଶିତ କରିବାକୁ ନିଷ୍ପତ୍ତି ନେଇଥିବାର ପ୍ରକାଶ କରିଛନ୍ତି । ତାଙ୍କର ଏହି ମହତ୍ କାମ ପାଇଁ ସାହିତିକ ମହଲରେ ଆନନ୍ଦ ପ୍ରକାଶ ପାଇଛି । ସମ୍ବଲପୁରୀ କୋଶଲୀ ଭାଷା ପାଇଁ ଏହା ବହୁତ ବଡ ଅବଦାନ ବୋଲି ମତ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.