oom

ଆଧୁନିକ ଓଡ଼ିଆ କାବ୍ୟଧାରାର ଉଦୟ ରବି କବିସୂର୍ଯ୍ୟ ବଳଦେବ ରଥ : କବି କୃଷ୍ଣଚନ୍ଦ୍ର ତ୍ରିପାଠୀ

jsmm
  • ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ କବିସୂର୍ଯ୍ୟ ବଳଦେବ ରଥଙ୍କ ୧୭୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : କବିସୂର୍ଯ୍ୟ ବଳଦେବ ରଥ ଆଧୁନିକ ଓଡ଼ିଆ କାବ୍ୟଧାରାର ଉଦୟ ରବି ବୋଲି ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମତ ପ୍ରକାଶ କରିଛନ୍ତି । ରବିବାର ପବିତ୍ର ଅକ୍ଷୟ ତୃତୀୟା ଅପରାହ୍ନରେ ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କବିସୂର୍ଯ୍ୟ ବଳଦେବ ରଥଙ୍କ ୧୭୮ତମ ଶ୍ରାଦ୍ଧବାର୍ଷିକୀ ସଭାରେ କବି ଶ୍ରୀ ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଉପରୋକ୍ତ ମତ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ଼. ଲକ୍ଷ୍ମୀ ନାରାୟଣ ପଣ୍ଡା ଯୋଗଦେଇ କବିସୂର୍ଯ୍ୟଙ୍କ କାବ୍ୟ ଓଡ଼ିଆ ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗବେଷକ ଡ଼. ଅନନ୍ତରାମ କର କୌଣ୍ଡିନ୍ୟ, ଲେଖକ ବଂଶୀଧର ସେଠୀ, ଡ଼. ପ୍ରପୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ), ହୃଷୀକେଶ ଦାଶ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମଞ୍ଜୁ ରଥ, କବି ପ୍ରମୋଦ କୁମାର ପଣ୍ଡା, ବିଘ୍ନେଶ୍ୱର ସାହୁ, ମିହିର କୁମାର ରଥ ଶର୍ମା, ବିଜୟ କୁମାର ପାଢ଼ୀ, ରାଜେନ୍ଦ୍ର ପଣ୍ଡା, ଶିକ୍ଷକ ନେତା କାମରାଜୁ ମହାରଣା, ସ୍ତମ୍ଭକାର ପଙ୍କଜ କୁମାର ପାଣିଗ୍ରାହୀ, ସମାଜସେବୀ ରାମକୃଷ୍ଣ ପାତ୍ର, ଲେଖିକା ବନ୍ଦନା ମହାପାତ୍ର, ସୁନୀଲ କୁମାର ପ୍ରଧାନ, ସବିତା ସାହୁକାର, ଅରୁଣ ମୋହନ ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର ସ୍ୱାଗତ ଭାଷଣ ଦେଇଥିବା ବେଳେ ବି. ସତ୍ୟମ ଆଚାରୀ କବିସୂର୍ଯ୍ୟ ରଚିତ ସଂଗୀତ ଗାନ କରିଥିଲେ । ଶେଷରେ ରଂଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଇଂ. ମାନସ ରଂଜନ ତ୍ରିପାଠୀ, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.