ls

ଆଜି ଘାଏ ଦେଖତ ଗାଇସିଲାଟ କଲାପଟା ତରଫରୁ କବିତା ଆସର ଅନୁଷ୍ଠିତ

sb

ଗାଇସିଲାଟ, (ପୁସ୍ତମ୍ ଯୁଆଡି ) : ଆଜି ଘାଏ ଦେଖତ ଗାଇସିଲାଟ କଲାପଟା ତରଫରୁ ଗାଇସିଲାଟ ବ୍ଲକର କବି ଓ ସାହିତ୍ୟିକମାନଙ୍କୁ ନେଇ ଅନଲାଇନ ମାଧ୍ୟମରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କୋଶଲ ଭାରତୀ ସାହିତ୍ୟ ଆର୍ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ଦ୍ଵାରା ପରିଚାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ କୋଶଲ ରତ୍ନ କୃଷ୍ଣ ଚନ୍ଦ୍ର ଭୋଇ । ମୁଖ୍ୟ ଅତିଥି ଡକ୍ଟର ଜୟକେତନ ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ଭାବରେ ପ୍ରଫେସର ଅର୍ଜୁନ କୁମାର ମହାନ୍ତି ଓ ପ୍ରଧାନ ଶିକ୍ଷକ ଋକ୍ମଣ ଦିଶ୍ରୀ ଯୋଗଦାନ କରି ଗାଇସିଲାଟ ଅଞ୍ଚଳର ସାହିତ୍ୟର ବିକାଶ ନିମନ୍ତେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କବିତା ଆସରରେ ଯୁବକବି ପ୍ରଶାନ୍ତ ପଧାନ, ବଲ୍ଲବ ସାହୁ, ପୁସ୍ତମ ଯୁଆଡି, ଦିଲ୍ଲିପ କୁମାର ସରାପ, ପ୍ରମୋଦ କଲେତ, ନାରୀକବି ସୁଶ୍ରୀ ସାଗରିକା ସାହୁ, କୋଶଲ ରତ୍ନ କୃଷ୍ଣ ଚନ୍ଦ୍ର ଭୋଇ ଓ ବୈରାଗୀ ସାହୁ ପ୍ରମୁଖ କବିତା ପାଠ କରିଥିଲେ । କବିତା ସଂଯୋଜନା କରିଥିଲେ ଦିଲ୍ଲିପ କୁମାର ସରାପ । କାର୍ଯ୍ୟକ୍ରମ ଶେଷରେ ଘାଏ ଦେଖତ କଲାପଟା ସଂପାଦକ ବୈରାଗୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

pc pk
Leave A Reply

Your email address will not be published.