oum

ରଜ ଅବସରରେ ଘଣ୍ଟାସୁନୀ ସାହିତ୍ୟ ସଂସଦର କବିତା ପାଠ

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଘଣ୍ଟାସୁନୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଅବସରରେ ତପୋବନ ଏକାଡେମୀ, ସିରୋଲ ଆନୁକୂଲ୍ୟରେ ମାଟିର ପର୍ବ ରଜ ଉପଲକ୍ଷେ ଆଭାସି ଜରିଆରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି କବି ଗଜାନନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆବାହକ କବି ବୃନ୍ଦାବନ କୁମ୍ଭାର ସ୍ୱ।ଗତ ଭାଷଣ ଓ କବୟିତ୍ରୀ ସଞ୍ଜୁକ୍ତା ପରିଚ୍ଛା କବିତା ସଂଯୋଜନା କରିଥିଲେ । ଏହି କବିତା ଆସରରେ କବି ଭିକାରୀ ମିଶ୍ର, ନକୁଳ ମେହେର, ବିରଞ୍ଚି ନାରାୟଣ ଦାଶ, ଆଶିଷ ଚନ୍ଦନ, ସବିତା ଭୋଇ ଆଦି କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ । ପରିଶେଷରେ ସଂପାଦକ ଅଶ୍ୱିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.