ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ନବମ ଆଭାସି ଅଠାରି କବିତା ଆସର ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜୁଲାଇ ୯ ତାରିଖ ରବିବାର ଅପରାହ୍ନରେ ୫ ଘଟିକାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । ସଭା ପ୍ରାରମ୍ଭରେ ସୁଶ୍ରୀ ସ୍ଵୟଂ ପ୍ରଜ୍ଞା ଦାଶ ଖମାରୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଭାସି କବିତା ଆସରରେ ବିଶିଷ୍ଟ କବୟିତ୍ରୀ, ସମାଜସେବିକା, ତେଜସ୍ଵିନୀ ସାହିତ୍ୟ ଅନୁଷ୍ଠାନ ବଲାଙ୍ଗିରର ପ୍ରତିଷ୍ଠାତ୍ରୀ ସମ୍ପାଦିକା ଶ୍ରୀମତୀ ଲିଲି ପଟେଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟର ଅଗ୍ରଗତି ଦିଗରେ ଫେସବୁକ୍ କଳାପଟା ନିଷାନ୍‌ର ଅଠାରି କବିତା ଆସରକୁ ଭୂରି ଭୂରି ପ୍ରଶଂସା କରିଥିଲେ ଏବଂ ସମସ୍ତଙ୍କ ସହଯୋଗରେ ଭାଷାର ଉନ୍ନତି ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବୟିତ୍ରୀ, କଣ୍ଠଶିଳ୍ପୀ ସୁଜାତା ନାଏକ ଯୋଗ ଦେଇ ଗୀତ ଗାଇ ଓ କବିତା ଶୁଣାଇ ଶ୍ରୋତାଙ୍କ ମନ ମୋହି ନେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କବୟିତ୍ରୀ, ଶିକ୍ଷୟିତ୍ରୀ ତଥା ଗୀତିକାର ସାଈ ଶିଖା ସତପଥୀ କବିତା ଓ ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଘଣ୍ଟି ସାହିତ୍ୟ ସଂଗଠନର ସଂପାଦକ ତରଣିସେନ ମେହେର, ନିଷାନ୍ ମୁଖିଆ ସଂପାଦକ ସହଦେବ ଧରୁଆ, ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା, ରାଜୀବ ପଟେଲ, ରୋଶନ ରାଜ ସାହୁ, ନିତ୍ୟାନନ୍ଦ ଷଡ଼ଙ୍ଗୀ, ଭକ୍ତବନ୍ଧୁ ସାହୁ, ଇଂ. ସତ୍ୟ ନାରାୟଣ ତ୍ରୀପାଠୀ, ଶୁଭେନ୍ଦୁ ପ୍ରସାଦ ଷାଣ୍ଢ, ସନ୍ତୋଷ ବେହେରା, ସତ୍ୟ ନାରାୟଣ ମିଶ୍ର, ଦିଲୀପ କୁମାର ମିଶ୍ର, ଆଶୁତୋଷ ଠାକୁର, ଅନ୍ଵେଶ ପ୍ରଧାନ, ରଞ୍ଜିତ ସାହୁ, ସରୋଜ କୁମାର ଆଚାର୍ଯ୍ୟ, ଶିବପ୍ରସାଦ ମିଶ୍ର, ରଞ୍ଜିତ ପଧାନ, ସିତାଂଶୁ ମିଶ୍ର, ଶ୍ରୀପାଲ୍ ପଣ୍ଡା, ସୁଧାଂଶୁ ଶେଖର ଦାଶ, ରଜତ କୁମାର ପ୍ରଧାନ, ସତ୍ୟ ଭୂଷଣ ସାହୁ, ଅମିତ ଭୁଏ, ସେହିପରି କବୟିତ୍ରୀ ଚନ୍ଦନା ମଞ୍ଜରୀ ତ୍ରିପାଠୀ, କବିତା ମିଶ୍ର, ମମତା ପାତ୍ର, ଅଧ୍ୟାପିକା ଆର୍. ପୁଷ୍ପାଞ୍ଜଳି, ସାବିତ୍ରୀ ସାହୁ(ଧଣ୍ଡାମୁଣ୍ଡା) ଚୁମକି ଦାଶ, ତୃପ୍ତିମୟୀ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । କବିତା ଆସର ଶେଷରେ ନିଷାନ୍‌ର ସଦସ୍ୟା କବୟିତ୍ରୀ ନିରୂପମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.