jayashree

ନିଷାନ୍ ସାହିତ୍ୟ ସଂସଦର କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଷଷ୍ଠ ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୮ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । ସଭା ପ୍ରାରମ୍ଭରେ କବୟିତ୍ରୀ ପୂର୍ଣ୍ଣିମା ପଣ୍ଡା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଭାସି କବିତା ଆସରରେ ବିଶିଷ୍ଟ କବି ତଥା କବିରାଜ କୋସଲି ଡେରା ସାହିତ୍ୟ ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ଵାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ମାତୃଭାଷାର ବହୁଳ ବ୍ୟବହାର କରିବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ ଏବଂ ଭାଷା ସାହିତ୍ୟର ଅଗ୍ରଗତି ଦିଗରେ ନିଷାନ୍‌ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ କବି, ଗାଳ୍ପିକ, ନାଟ୍ୟକାର ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଗଳ୍ପ ସାହିତ୍ୟର ପ୍ରଚାର ପ୍ରସାର ଉପରେ ଗୁରୁତ୍ଵାରୋପ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ କବିତା ଓ ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । କବିତା ଆସର ଶେଷରେ ନିଷାନ୍‌ର କୋଷାଧ୍ୟକ୍ଷ କବି ଦେବେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର, ଯୁଗ୍ମ ସଂପାଦକ କୃଷ୍ଣେନ୍ଦ ହୋତା, ବରିଷ୍ଠ କବି ବନବାସ ମେହେର, ସତ୍ୟ ନାରାୟଣ ମିଶ୍ର, ଅଜିତ କୁମାର ମିଶ୍ର, ରାଜୀବ ପଟେଲ, ଜୟ ପ୍ରଧାନ, ରୋଶନ ରାଜ ସାହୁ, ସରୋଜ କୁମାର ଆଚାର୍ଯ୍ୟ, ସନ୍ତୋଷ କୁମାର ବେହେରା, ଶଙ୍କର୍ଷଣ ବାଗ, ପ୍ରହଲ୍ଲାଦ ଦଣ୍ଡସେନା, ସୁଦାମ ପୁଟେଲ, କାର୍ତ୍ତିକ ପୁଟେଲ, ଅଗସ୍ତି ନାଗ, ସେହିପରି କବୟିତ୍ରୀ ସାବିତ୍ରୀ ସାହୁ, ଅଧ୍ୟାପିକା ଆର୍. କବିତା ମିଶ୍ର, ପୁଷ୍ପାଞ୍ଜଳି, ସଂଯୁକ୍ତା ପରିଚ୍ଛା, ହୀରାବତୀ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । “ଆ’ ବର୍ଷାରାନୀ ଆ’ କବିତା ପ୍ରତିଯୋଗିତାରେ କବି ରାଜୀବ କୁମାର ପଟେଲ, କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଓ ସାବିତ୍ରୀ ସାହୁ ବିଜେତା ଘୋଷିତ ହୋଇଥିଲେ ।

Leave A Reply

Your email address will not be published.