ନିଷାନ୍‌ର ପଞ୍ଚମ ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ପଞ୍ଚମ ଆଭାସି ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୧ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । ସଭା ପ୍ରାରମ୍ଭରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଲିପ୍‌ସା ମହାରଣା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଭାସି କବିତା ଆସରରେ ବିଶିଷ୍ଟ କବି, ଲେଖକ, ନାଟ୍ୟକାର ସିର୍‌ଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ମାନନୀୟ ରାଜେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟରେ ନାଟକର ଭୂମିକା ଉପରେ ଗୁରୁତ୍ଵାରୋପ କରିଥିଲେ ଓ ସାହିତ୍ୟର ଅଗ୍ରଗତି ଦିଗରେ ନିଷାନ୍‌ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥି ଭାବେ କବୟିତ୍ରୀ କବିତା ମିଶ୍ର ଯୋଗଦେଇ ଗୀତ ଓ କବିତା ଶୁଣାଇ ଶ୍ରୋତାଙ୍କ ମନ ମୋହି ନେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ କବୟିତ୍ରୀ ବବିତା ନାୟକ ଯୋଗଦେଇ ଚେତନାଧର୍ମୀ କବିତା ଶୁଣାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । କବିତା ଆସର ଶେଷରେ ଓଡ଼ିଆ ଅଧ୍ୟାପିକା ଆର୍. ପୁଷ୍ପାଞ୍ଜଳି ଧନ୍ୟବାଦ ଅର୍ପଣ କରିଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର, ବରିଷ୍ଠ କବି ସତ୍ୟ ନାରାୟଣ ମିଶ୍ର, କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, ଚନ୍ଦନା ମଞ୍ଜରୀ ତ୍ରିପାଠୀ, ନିରୁ ମିଶ୍ର, ସୁଜାତା ନାଏକ, ସାବିତ୍ରୀ ସାହୁ (ଟିଟିଲାଗଡ଼) ସସ୍ମିତା ସେଠ, ସୁସ୍ମିତା ଦାଶ, ତୃପ୍ତିମୟୀ ତ୍ରିପାଠୀ, ସୋଭାଙ୍ଗି ସୁକନ୍ୟା ତ୍ରିପାଠୀ, ଯଜ୍ଞେଶ୍ଵରୀ ମହାପାତ୍ର, ନିହାରିକା ମିଶ୍ର, କସ୍ତୁରୀ ରଥ, ଭାରତୀ ପଣ୍ଡା, ନନ୍ଦିନୀ ସାହୁ, ଦିପ୍ତୀମୟୀ ସେହିପରି କବି ରାଜୀବ ପଟେଲ, ବିଦ୍ୟାଧର ଦାଶ, କୁଞ୍ଜ ବିହାରୀ ସରାଫ, ସନ୍ତୋଷ କୁମାର ବେହେରା, ଅନିଲ ପଣ୍ଡା, ଶଙ୍କର୍ଷଣ ବାଗ, ପ୍ରହଲ୍ଲାଦ ଦଣ୍ଡସେନା, ଅମିତ ଭୁଏ, ସୁଦାମ ପୁଟେଲ, ଦିଲୀପ ମିଶ୍ର, କାର୍ତ୍ତିକ ପୁଟେଲ, କଲାର୍ ସିଂ ଖୁଆସ, ତନ୍ମୟ କୁମାର ମିଶ୍ର, ବୀରେନ୍ଦ୍ର ପାଣ୍ଡେ, ପୂର୍ଣ୍ଣଚନ୍ଦ୍ର ମେହେର, ସୁଧୀର କୁମାର ତ୍ରିପାଠୀ, ଶାନ୍ତନୁ କର୍ଣ୍ଣ, ରବି ଚନ୍ଦ୍ର, ଶେଷଦେବ ପଣ୍ଡା, ବନବାସ ମେହେର, ଡ. ନିର୍ମଳ ନାୟକ, କବିରାଜ ଭୋଇ, ଘନଶ୍ୟାମ, ବିଜୟ, ଏସ୍. ସାହୁ, ତରଣୀ ସେନ ମେହେର ପ୍ରମୁଖ ଅଂଶଗ୍ରହଣ କରିଥିଲେ । “ଆ ମଉସୁମି ଆ’ କବିତା ପ୍ରତିଯୋଗିତାରେ କବି ଦିଲିପ କୁମାର ମିଶ୍ର ଓ ରାଜୀବ କୁମାର ପଟେଲ ବିଜେତା ଘୋଷିତ ହୋଇଥିଲେ । ଆସନ୍ତା ଜୁନ ମାସ ୧୮ ତାରିଖ ରବିବାର ଅପରାହ୍ନ ୫ ଘଟିକାରେ ଷଷ୍ଠ ଅଠାରି କବିତା ଆସର ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.