centurian jitm

କଣ୍ଟାପଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆଧ୍ୟତ୍ମିକ କବିତା ଆସର

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସୁବଲୟା ପଂଚାୟତ କଣ୍ଟାପଡା ମଠ ମକୁନ୍ଦପୁର ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବରରରେ ଏକ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପ୍ରଜ୍ଞା ପରିଷଦ, ଗଞ୍ଜାମର କବିତା ଘର ଲିଟେରାରୀ ଟ୍ରଷ୍ଟ, ସାହିତ୍ୟ ଘର ରମ୍ଭା ଏବଂ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ସ୍ମୃତି ସାହିତ୍ୟ ଓ ସାଂସ୍କୃତିକ ପରିଷଦ ମିଳିତ ସହଯୋଗରେ ଆୟୋଜିତ ଆଧ୍ୟାତ୍ମିକ କବିତା ଆସରରେ ଉଦ୍‌ଘାଟକ ଭାବେ ରମ୍ଭା ଏନ୍‌ଏସିର ପ୍ରାକ୍ତନ ନଗରପାଳ ସମାଜସେବୀ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ ତଥା ଗଞ୍ଜାମର କବିତା ଘରର ସମ୍ପାଦକ କବି ଭାଗିରଥି ବେହେରା, ବିଶିଷ୍ଟ ଅତିଥି ଭାବେ ରମ୍ଭା ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା, ସମ୍ମାନିତ ଅତିଥି ଭାବେ ଆଖିଳ ବିଶ୍ଵ ଗାୟତ୍ରୀ ପରିବାର ଭୁବନେଶ୍ୱର ଜୋନ ସହସଂଯୋଜକ ବୃନ୍ଦାବନ ମିଶ୍ର, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଭାସ୍ୟକର ଜ୍ଞାନାନନ୍ଦ ସାଗର ବେହେରା, ସହବକ୍ତା ରାଜ୍ୟ ପୁରସ୍କାରପ୍ରାପ୍ତ ସେବାନିବୃତ ପ୍ରଧାନ ଶିଷକ ବିଜୟ ବିଶ୍ୱାଳ ଯୋଗଦେଇ ଶ୍ରୀ ଜାଗନ୍ନାଥ ସଂସ୍କୃତିର ମହାନତା ସମଗ୍ର ବିଶ୍ୱରେ ବିରଳ ଏବଂ ଏହା ବିଶ୍ୱ ଭାତୃତ୍ୱକୁ କିଭଳି ରୁଦ୍ଧିମନ୍ତ କରିପାରିଛି ତାହା ଉପରେ ଆଲୋଚନା କରିଥିଲେ । ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ପାଦକ ପ୍ରକୃତିବନ୍ଧୁ କବି ପଞ୍ଚାନନ ଖଟୁଆ, ରମ୍ଭା ସାହିତ୍ୟ ଘର ସଭାପତି ଜୟକୃଷ୍ଣ ତ୍ରିପାଠୀ, ସମ୍ପାଦକ ପ୍ରକୃତିବନ୍ଧୁ ଶିକ୍ଷକ ଶେଷଦେବ ବେହେରା, ସହ ସମ୍ପାଦକ ବଟକୃଷ୍ଣ ତ୍ରିପାଠୀ ପ୍ରତ୍ୟକ୍ଷ ତତ୍ୱବାଧାନରେ ଆୟୋଜିତ ଆଧ୍ୟାତ୍ମିକ କବିତା ଆସରକୁ ସୁବଳୟା ଗୋପାଳ କୃଷ୍ଣ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଜ୍ୟୋସ୍ନା କୁମାରୀ ପ୍ରଧାନ, ଖଲ୍ଲିକୋଟ ସମ୍ବାଦ ସାହିତ୍ୟ ଘରର ସଭାପତି ପ୍ରଭାତ ମିଶ୍ର ସଂଯୋଜନା କରିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ଏହି ଆଧ୍ୟାତ୍ମିକ ସାହିତ୍ୟ ଆସରରେ ପ୍ରକାଶ ଚନ୍ଦ୍ର ବାଦତ୍ୟା, ବସନ୍ତ ସାସମଲ ସସ୍ମିତା ତ୍ରିପାଠୀ, ପ୍ରଣତି କୁମାରୀ ନାହାକ ରଶ୍ମିତା ନାୟକ, ପ୍ରଭାତ ନାହାକ ଜ୍ଞାନରଞ୍ଜନ ବେହେରାଙ୍କ ପରି ଏକ ଶହରୁ ଅଧିକ କବି ଓ କବୟିତ୍ରୀ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ସ୍ୱରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିପୁ ନାୟକ, ଜଗବନ୍ଧୁ ରେଡ୍ଡୀ, ପ୍ରଭାକର ମୁଦୁଲି, କୈଳାସ ମୁଦୁଲି, ଶ୍ରୀରମୁଲୁ ରେଡ୍ଡୀ, ସୁକଦେବ ମୁଦୁଲି, ଦୁର୍ଯ୍ୟୋଧନ ରେଡ୍ଡୀ, କୃଷ୍ଣଚନ୍ଦ୍ର ନାୟକ, ବିଦ୍ୟାଧର ନାୟକ, ରାମଚନ୍ଦ୍ର ରେଡ୍ଡୀ, ବିମାନ ନାହାକ, ରମେଶ ନାହାକ, ଲମ୍ବୋଦର ମହାନ୍ତି ଓ ସୁଦର୍ଶନ ଜେନା ପରିଚାଳନା କରିଥିଲେ । ଶେଷରେ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପ୍ରଜ୍ଞା ପରିଷଦର ସମ୍ପାଦକ ଶିକ୍ଷକ ନିରଞ୍ଜନ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.