oom

ବିଷୁବ ମିଳନ ଅବସରରେ ଦୟାସାହିତ୍ୟ ସଂସଦ ପକ୍ଷରୁ କବିତା ଆସର

jsmm

କଣାସ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳାଚଳ ସେବା ପ୍ରତିଷ୍ଠାନ ପରିସରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ଦୟାସାହିତ୍ୟ ସଂସଦ, କଣାସ ତରଫରୁ ଏକ ବିଷୁବ ମିଳନ କବିତା ଆସର ଆୟୋଜନ କରାଯାଇଥିଲା । ଉକ୍ତ ଆସରରେ ଦୟାବିହାର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବିଶ୍ୱାଳ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ବରିଷ୍ଠ ସାହିତ୍ୟିକ ବିଭୂତି ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ ଡକ୍ଟର ହେମନ୍ତ କୁମାର ଛୋଟରାୟ, ବରିଷ୍ଠ ଔପନ୍ୟାସିକ ସୁନୀଲ ମିଶ୍ର (ମୈତ୍ରେୟ), ବରିଷ୍ଠ ନାଟ୍ୟକାର ପ୍ରଶାନ୍ତ କୁମାର ମିଶ୍ର, ଅଧ୍ୟାପକ ଅସୀତ୍‌ କୁମାର ନରେନ୍ଦ୍ର, ବିଶିଷ୍ଟ ଗବେଷକ ସାହିତ୍ୟିକ କୃପାସିନ୍ଧୁ ବିଶ୍ୱାଳ ଇତ୍ୟାଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ସାହିତ୍ୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଶିକ୍ଷକ ମୃତ୍ୟୁଞ୍ଜୟ ଦକ୍ଷିଣରାୟ ମଞ୍ଚ ସଂଯୋଜନା କରିଥିଲେ । ସଂସଦର ସଂପାଦକ ଜିତେନ୍ଦ୍ର କୁମାର ପେଣ୍ଠୋଇ ସଂପାଦକୀୟ ଅଭିଭାଷଣ ପ୍ରଦାନ କରିଥିଲେ । ଲିଙ୍ଗରାଜ ମହାପାତ୍ର, କାହ୍ନୁଚରଣ ଜେନା, ଶଚିକାନ୍ତ ପ୍ରଧାନ, ଉର୍ବଶିନୀ ନାୟକ, ପ୍ରତିଭା ସାହୁ ପ୍ରମୁଖ କବି ଓ କବୟିତ୍ରୀମାନେ କବିତା ପାଠ କରିଥିଲେ । ପ୍ରଶାନ୍ତ କୁମାର ମିଶ୍ର ନିଜର ଭିନ୍ନ ପରିଚୟ ସୃଷ୍ଟି କରି ଏକ ହିନ୍ଦୀଭାଷାର ସ୍ୱରଚିତ ଦେଶପ୍ରେମ କବିତା ଆବୃତି କରିଥିଲେ । କବି ଅନୀୟ କୁମାର ଛୋଟରାୟ ଓ କବି ଅଜୟ କୁମାର ବଳିୟାରସିଂହ ମହୋଦୟ କବିତା ସଂଯୋଜନା କରିଥିଲେ । ସାହିତ୍ୟ ପ୍ରେମୀ ଓ ସମାଜସେବୀ ଲଲାଟ କେଶରୀ ନିଶଙ୍କ ଓ ତୁଷାର ଚମ୍ପତ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଶେଷରେ ଉର୍ବଶିନୀ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.