ମାନସିଂହ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ଷୋଡଶ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ସଂଧ୍ୟା ୭ ଘଣ୍ଟା ସମୟରେ ମାନସିଂହ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଷୋଡଶ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଅସରରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକା ଶ୍ରୀମତୀ ପ୍ରଣତି ମହାପାତ୍ର ଯୋଗ ଦେଇ ଆଜିର ଯୁବ ସାହିତ୍ୟିକମାନଙ୍କୁ ଓଡ଼ିଆ ସାହିତ୍ୟର କର୍ଣ୍ଣଧାର ହେବା ପାଇଁ ଆହ୍ୱାନ ଦେଇଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ୪୦ରୁ ଅଧିକ କବି କବୟିତ୍ରୀ ନିଜ ନିଜର କବିତା ପାଠ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରେମାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ । ସଭାପତି ବିଷ୍ଣୁପ୍ରସାଦ ଦଳେଇ ସଭାପତିତ୍ୱ କରିଥିଲେ । ବିରଜା ମାଟିର ସୁସାହିତିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ କବିତାଗୁଡ଼ିକୁ ବେଶ୍ ରମଣୀୟ ଭାବେ ସଂଯୋଜନା କରିଥିଲେ । ସମ୍ପାଦକ ଲଳିତ କୁମାର ସ୍ୱାଇଁ ସଂପାଦକୀୟ ପାଠ କରିଥିଲେ । ଶେଷରେ ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସପ୍ତଦଶ ଆସର ଆସନ୍ତା ମଇ ୧୦ ତାରିଖରେ ହେବା ନେଇ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ ।

Leave A Reply

Your email address will not be published.