jayashree

ଅଂକୁର ସାହିତ୍ୟ ସଂସଦ ଓ ପୂଜ୍ୟପୂଜା ସେବା ସଂଗଠନର ମିଳିତ ସହଯୋଗରେ ବହୁଭାଷୀ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଫଗୁଣ ପୂର୍ଣ୍ଣିମା ଓ ହୋଲି ଅବସରରେ ବଲାଙ୍ଗିର ଟିକ୍ରାପଡା ଜଗନ୍ନାଥ ମନ୍ଦିରଠାରେ ଅଂକୁର ସାହିତ୍ୟ ସଂସଦ ଓ ପୂଜ୍ୟପୂଜା ସେବା ସଂଗଠନର ମିଳିତ ସହଯୋଗରେ ବହୁଭାଷୀ କବିତା ଆସର “ଫଗୁଣର ମଧୁ ମୂର୍ଚ୍ଛନା” ଓ ହରିହର ଭେଟ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ଡ଼ଃ ଜଗନ୍ନାଥ ସାହୁ, ସଂମାନିତ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗଦେଇ ଫଗୁଣ ପୂର୍ଣ୍ଣିମାର ମହତ୍ୱ ଓ ଏହା ଆମର ସାମାଜିକ ଚଳଣି ଉପରେ କି ପ୍ରଭାବ ପକାଇଥାଏ ସେ ଉପରେ ସୁନ୍ଦର ଆଲୋଚନା କରିଥିଲେ । ସଭା ପରିଚାଳନା କରିଥିଲେ କବି ରତ୍ନମୟ ତ୍ରିପାଠୀ । ଆରମ୍ଭରେ ବହୁଭାଷୀ କବିତା ଆସରରେ କବି କଲ୍ଲୋଳିନୀ ମିଶ୍ର, ଓଁ ପ୍ରଣବ ନାୟକ, ଜ୍ୟୋତିରାଣୀ ମିଶ୍ର, କପିଳ ପତି, କବିତା ମିଶ୍ର, ମୄଗେସ ବୈଷ୍ଣବ ପାଣିଗ୍ରାହୀ, ଅନୁପ୍ରିୟା ମିଶ୍ର, ସବିତା ମହରା, ପ୍ରଭାସିନୀ ଭୋଇ, ନାମଯଜ୍ଞ ମିଶ୍ର, ବଳିଷ୍ଠ ପ୍ରଧାନ, ଧର୍ମବ୍ରତ ରଥ, ଅଚ୍ୟୁତାନନ୍ଦ ଉଦ୍‌ଗାତା, ମାଳତୀ ଉଦ୍‌ଗାତା, ପ୍ରସନ୍ନ କୁମାର ମିଶ୍ର ତଥା ଆହୁରି ଅନେକ କବି ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମଦନ ମୋହନ ରଥ । ପରେ ଅନୁଷ୍ଠିତ ହରିହର ଭେଟ କାର୍ଯ୍ୟକ୍ରମରେ ଚୂଡେଦ୍ର ବେହେରା, ଦୁର୍ଗା ଚରଣ ସାହୁ, ପ୍ରଦୀପ ପଶାୟତ, ସୁନାଧର ବନଛୋର ତଥା ଟିକ୍ରାପଡାର ଅନେକ ଶ୍ରଦ୍ଧାଳୁ ସହଯୋଗ କରିଥିଲେ ।

Leave A Reply

Your email address will not be published.