centurian jitm

କବିତା ଆସର ଅନୁଷ୍ଠିତ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଲେଜ ଛକଠାରେ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ରଚନା ଆନୁକୂଲ୍ୟରେ ଯୁବକବି ମାନଙ୍କୁ ନେଇ ଏକ ସନ୍ଧ୍ୟାକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ କବି ମୄଗେଶ ବୈଷ୍ଣବ ପାଣିଗ୍ରାହୀ, ଅର୍ଜୁନ ସାହୁ, ପୁସ୍ତମ ଯୁଆଡ଼ି, ଗଣେଶ ବାରିକ, ମଧୁସୂଦନ ନେଗୀ, ଅନନ୍ତ ବିଶ୍ୱାଳ ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ପରେ ପରେ କବି ଗିରିଜା କୁମାର ବଳିଆର ସିଂଙ୍କ ‘ବିତୁଥାଉ ଏ ବିରହ’ ଓ ‘ଦିନେ’ ସଞ୍ଜୟ ମିଶ୍ରଙ୍କ ‘ଉର୍ମିଳା’ ଓ ‘ଚେରେଗୁଡା ସଂକଲନ’ର କବିତା, କେଦାର ମିଶ୍ରଙ୍କ ‘ପ୍ରେମଘର’ କବି ନବୀନ ବିଶ୍ୱବନ୍ଧୁଙ୍କ ‘ମଧୁର ଦୁଃଖ’ ଭାଗିରଥି ମିଶ୍ରଙ୍କ ‘କି ଯଶ ପାଇବୁ ଦୃଶ୍ୟକାର’ ଜଗନ୍ନାଥ ସାହୁଙ୍କ ‘ଆସ ଗୋ ପ୍ରିୟ’ ରାଜେଶ ପୂଝାରିଙ୍କ ‘ତୁଇ ମୁଇ ଆର ବେଲ ପାହାଡ଼’ ଯୁବକବି ମାନେ ଆବୃତ୍ତି କରିଥିଲେ । ଏଥି ସହିତ ସାହିତ୍ୟ ସାଧନାରେ ଯୁବବର୍ଗଙ୍କ ରୃଚି ଉପରେ ଆଲୋଚନା ହୋଇଥିଲା । ଶେଷରେ କବି ଗଣେଶ ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.