କବିତା : ମନର୍ ମରନ୍, ଗୁଟେ ମିଠା ଦରଦ୍
- ସାବିତ୍ରୀ ପୁରୋହିତ
ଚାଲ…ଫେର୍ ଘାଏ
ନିସରି ଯାଇଥିବାର୍
ସେ କାଏଲ୍ କେ ଜିଇଁମା ।
କେନ୍ତା କଥା ଯେ
କେନ ବୁଝିହେସି…
ସମିଆଁର୍ ଘନାଶାଲେ
କୁରକୁଟି ହେଇ
କିଏ କେନେ ସରିଗଲା
କିଏ କାହାକେ ସରେଇ ଦେଲା ।
ଲେତା ଗୁତା ବଂଧୁ
ଅଂଧାରି ଶାଲର୍ ଅଂଧୁ
ହୁଲକେ ଧୁକା ହେଇ ଆଏସନ୍…
ଛିଇଁକରି ପଲେଇ ଭି ଯାଏସନ୍
ନାଇଁ ପଚର ନ ସେ ଦର୍ ଫୁଟା ଫୁଲ୍…
ବାଲିର୍ ଘରର୍ କଥା
ସବୁ ଧସମାଧୋସ୍…ଚୁରଚୁଟା ।
ବଦଲିଛ ତୁମେ…
ବଦଲିଛେଁ ମୁଇଁ
ବଦଲେଇ ଦେବାର୍ କେ ହେଇଛେ
ସେ ସୀମାନା ମାନକୁଁ ଭି ।
ଆରୁ କାଏଁ ଉଘାତୁଲା…
ନିଜେ ନ ଥାପିଦେମା ଆସ
ନିଜର୍ ନିଜର୍ ହିସାବେ
ଗୁଟେ ଦୁଆର୍ ବନ୍ଧ୍
ଛେଁକମା ଭି ସରହଦ୍ ମାନକୁଁ ।
କେଭେ କେନେ
ଭେଟ୍ ହେସନ୍ ଯେ…
ଧରତୀ ଆରୁ ଆକାଶ୍
ଯାଇଦିଅ ଯାହାକେ ଯେଝାର୍ ବାଟେ ।
ଆଁଖଲ୍ ଥି ନ
ବୁତରିବାର୍ କେ ଦିଅ ମନ୍ କେ
ମନର୍ ମରନ୍
ଗୁଟେ ମିଠା ଦରଦ୍ ।।