କୁଲତା ସମାଜ ତରଫରୁ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ହର୍ଡାଟାଲ କେନ୍ଦ୍ର ରାମଚଣ୍ଡି ପୀଠ ସଭାଗୃହ ଠାରେ ମା’ ରଣେଶ୍ୱରୀ ରାମ ଚଣ୍ଡିଙ୍କୁ ପୂଜା ଅର୍ଚ୍ଚନା ପରେ ବଲାଙ୍ଗିର କୁଲତା ସମାଜ ହର୍ଡାଟାଲ କେନ୍ଦ୍ର ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ପ୍ରଫେସର ଦେବେନ୍ଦ୍ର ବିଶ୍ୱାଲ ନୃତତ୍ୱ ବିଭାଗ ଉତ୍କଳ ବିଶ୍ୱବିଦ୍ୟାଳୟ ଆଚାର୍ଯ୍ୟ କ୍ଷମାନିଧି ସାହୁ, ତେଜରାଜ ସାହୁ ସ୍ୱାସ୍ଥ୍ୟ ସୁସ୍ଥତା ମାର୍ଗ ଦର୍ଶକ ମଞ୍ଚାସୀନ ଥାଇ ବଲାଙ୍ଗିର କୁଲତା ସମାଜ ହର୍ଡାଟାଲ କେନ୍ଦ୍ର ଦ୍ୱାରା ଆୟୋଜନରେ ସାମାଜିକ, ଅର୍ଥନୈତିକ, ଶିକ୍ଷା ଓ ସ୍ୟାସ୍ଥ୍ୟ ଉପରେ ଆଲୋଚନା କରାଯାଇଥିଲା । ଜତି ପଧାନ, ଉମେଶ ପଧାନ, ଉମେଶ ଗଡତ୍ୟା ପ୍ରେମାନନ୍ଦ ସାହୁ, ତ୍ରିଲୋଚନ ପଧାନ, ସତ୍ୟ ନାରାୟଣ ପଧାନ, ରୋହିତ ଭୋଇ, ଟଙ୍କଧର ଗଡତ୍ୟା, ନିରଞ୍ଜନ ଗଡତ୍ୟା ବକ୍ତବ୍ୟ ରଖିଥିଲେ । ୩୩ ଗୋଟି ଆଞ୍ଚଳିକ କେନ୍ଦ୍ର, ବଲାଙ୍ଗିର ସହରାଞ୍ଚଳ ସମାଜରୁ ସମସ୍ତ କାର୍ଯ୍ୟକର୍ତ୍ତା ସଭାପତି ଯୁବ ସଂଗଠକ ଯୋଗ ଦେଇଥିଲେ । ଆଗାମୀ ଦିନରେ ଶିକ୍ଷା ଚାକିରୀରେ ରାଜନୀତିରେ ସମାନୁପାତିକ ସଂରକ୍ଷଣ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ପ୍ରସ୍ତାବ ନିଆଗଲା । ଶତ୍ରୁଘ୍ନ ଭୋଇ, କୁନ୍ତଲା ଗଡତ୍ୟା, ଝିଲ୍ଲି ନାଏକ, ଅନଙ୍ଗ ଉଦୟ ଭୋଇ, ରାଜେଶ ପଧାନ, ପ୍ରଲ୍ଲାଦ ଭୋଇ, ସଂଜୟ ଗଡ଼ତ୍ୟା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଶାନ୍ତନୁ ଭୋଇ, ଶଙ୍କର୍ଷଣ ପଧାନ, ଭକ୍ତବନ୍ଧୁ ବିଶ୍ୱାଲ ସଭା ପରିଚାଳନା କରିଥିବା ବେଳେ ଅଜରାଜ ଗଡତ୍ୟା ଧନ୍ୟବାଦ ଦେଇଥିଲେ । ଶତାଧିକ ଜାତିବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.