
ବରଗଡ,(କେପିଏନ୍ଏସ୍) : ବରଗଡ ଜିଲ୍ଲା ହଳଦୀପାଲି ଗ୍ରାମର ଜଣାଶୁଣା ସାହିତ୍ୟିକ ବୃନ୍ଦାବନ ସାହୁଙ୍କ ବିୟୋଗରେ ପରବାସୀ କୁଟୁମ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ସଭାପତି କପିଳେଶ୍ୱର ଖମାରି, ସମ୍ପାଦକ ସଚ୍ଚିଦାନନ୍ଦ ପଧାନ, ବରିଷ୍ଠ ସଦସ୍ୟ ସୁଶାନ୍ତ କୁମାର ମିଶ୍ର, ଲଷ୍ମୀନାରାୟଣ ପାଣିଗ୍ରାହୀ, ଅଶୋକ କୁମାର ପୂଜାରୀ, ଉମାକାନ୍ତ ଭୋଇ, ଯୁବରାଜ କୁଦେଇ, ଦେବାଶିଷ ମେହେର, ମନିଷ ମହାପାତ୍ର, ଗଣେଶ ମେହେର , ଯୁବରାଜ କୁଦେଇ, ମାନିନୀ ମେହେର, ଲୋକେଶ ସାହୁ, ହେମନ୍ତ କୁମାର ଦୀପ, ସହଦେଵ ମେହେର, ଯୋଗେଶ୍ୱର ଭୋଇ ପ୍ରମୁଖ ଯୋଗଦାନ କରି ଦିବଂଗତ ସାହୁଙ୍କ ସ୍ମୃତି ଚାରଣ କରିଥିଲେ । ଜଣେ କାର୍ଟୁନିଷ୍ଟ, ବ୍ୟଙ୍ଗ ସାହିତ୍ୟିକ ଭାବରେ ତାଙ୍କ ଖ୍ୟାତି ରହିଥିଲା । ୫ହଜାରରୁ ଅଧିକ ଏକପଦୀ କବିତା ସୃଜନ କରିଛନ୍ତି ତାଙ୍କ ବିୟୋଗରେ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହୋଇଛି ବୋଲି ସ୍ମୃତି ଚାରଣ ଅବସରରେ ମତ ପ୍ରକାଶ ପାଇଥିଲା । ତାଙ୍କର କିଛି ଏକ ପଦି କବିତାକୁ ନେଇ ଦ୍ୱାଦଶାହ ଅବସରରେ ଏକ ପୁସ୍ତକ ପ୍ରକାଶ କରାଯିବ ଏବଂ ପ୍ରତିବର୍ଷ ନୂଆଁଖାଇ ଅବସରରେ ବୃନ୍ଦାବନ ସ୍ମୃତି ସମ୍ମାନ ଆରମ୍ଭ କରାଯିବ ବୋଲି ପରବାସୀ କୁଟୁମ୍ ପକ୍ଷରୁ ସୂଚନା ମିଳିଛି ।