ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାରର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ. ଶକ୍ତିପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଆଲୋଚ୍ୟ ବିଷୟ ଭାରତୀୟ ଧର୍ମ ଓ ଦର୍ଶନରେ ମାତୃଶକ୍ତିର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୋଚକ ଭାବେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ଡ. ଅଶ୍ୱିନୀ କୁମାର ରାୟ ଯୋଗଯେଇ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ସୁନ୍ଦର ବ୍ୟାଖ୍ୟାନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ମାତୃଶକ୍ତିର ଅମୃତ ଆଶିଷ ଝର ଆଜିର ବିପଥଗାମୀ ବିଶ୍ୱକୁ ନିସ୍ତରିବାର ଏକମାତ୍ର ଆଧାର । ଏକ ମଧୁକ୍ଷରା ପୃଥିବୀର ଜନ୍ମ ପାଇଁ ପାପ ତାପ ନାଶିନୀ ମଙ୍ଗଳକାରିଣୀ ମାଁର ପଦବନ୍ଦନା ଆଜିର ସମାଜର ଧ୍ୟେୟ ହେଉ । ଶରତ ସକାଳ ପରି ବାସ୍ନାମୟ ହେଉ ଆମର ଜୀବନ । ଭୋଗ ଭାଗ୍ୟର ବସୁନ୍ଧରା ଶସ୍ୟଶ୍ୟାମଳାରେ ହେଉ ପରିପ୍ଲାବିତ । ସକଳ ତାମସିକତାର ବିଲୟ ଘଟୁ । ପ୍ରାରମ୍ଭରେ ସଭାପତି ଡ. ସାମନ୍ତରାୟ ଅନୁଷ୍ଠାନର ଆଭିମୁଖ୍ୟ ଓ ସମ୍ପାଦକ ଶ୍ରୀ ପ୍ରଧାନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ ବିଜୟ କୁମାର ସାହୁ ‘ ଚିଠି ‘ ଶୀର୍ଷକ ଗଳ୍ପ ପାଠ କରିଥିବା ବେଳେ ଗଳ୍ପଟିକୁ ସମୀକ୍ଷା କରିଥିଲେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ। ତୃତୀୟ ପର୍ଯ୍ୟାୟରେ କବି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ, କବି ମୀନକେତନ ପଶାୟତ ଓ ମଞ୍ଜୁଳା ରଥଙ୍କ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ, ନିବେଦିତା ନନ୍ଦ, ଅଶୋକ କୁମାର ପଟ୍ଟନାୟକ, ସୁମିତା ସ୍ୱାଇଁ, ସଞ୍ଜୁକ୍ତା ଦାଶ, ବିନତା ମହାନ୍ତ, ସଂଯୋଜକ ଶ୍ରୀ ପଶାୟତ ଓ ସଭାପତିତ୍ୱ କରୁଥିବା ଶ୍ରୀମତୀ ପଟ୍ଟନାୟକ କବିତା ପାଠ କରିଥିଲେ । ଶେଷରେ ଅନିଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ,ବ୍ରଜେନ୍ଦ୍ର ଦାଶ, କିଶୋରୀ ମୋହନ କର, ଉପେନ୍ଦ୍ର ବସ୍ତିଆ, ଅଜୟ ମହାନ୍ତି, ନିରୁପମା ଚାନ୍ଦ, ପ୍ରିୟା ପାତ୍ର, ସ୍ୱର୍ଣ୍ଣଲତା ଘଡେଇ, ପ୍ରଭାସିନୀ ଦାଶ, ଶର୍ମିଷ୍ଠା କବିଶତପଥୀ, ଶରତ ରାଉତ, ଶରତ ସ୍ୱାଇଁ, ଅରବିନ୍ଦ ପାତ୍ର, ବିଜୟିନୀ ଜେନା, ପ୍ରବୀର କୁମାର ଦୁବେ, ବିଶ୍ୱନାଥ ପାଢ଼ୀ, ରବିନ୍ଦ୍ର ଠାକୁର, କବିତା ପ୍ରଧାନ, ଜ୍ଞାନରଞ୍ଜନ ମିଶ୍ର, ସୁମିତ୍ରା ବାରିକ, ମୋହନ ପଟ୍ଟନାୟକ, ଦିବାକର ଦାସ, ଦିଲ୍ଲୀପ କୁମାର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.