ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଡ. ଶକ୍ତିପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ‘ସାହିତ୍ୟ ସମ୍ପର୍କର କଥା କୁହେ’ର ଆଲୋଚକ ଭାବେ ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ. ସୁରେନ୍ଦ୍ର କୁମାର ବେହେରା ଯୋଗଦେଇ ଆଲୋଚନା କରିଥିଲେ । ଡ. ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାହିତ୍ୟ ସମାଜର ହିତ ପାଇଁ ଉଦ୍ଦିଷ୍ଟ । ସବୁ କ୍ଷେତ୍ରରେ, ସବୁ ବର୍ଗର ଜନସାଧାରଣଙ୍କ ମଧ୍ୟରେ ସାହିତ୍ୟ ହିଁ ଯୋଗ ସୂତ୍ର ସ୍ଥାପନ କରିଥାଏ । ସାହିତ୍ୟ ହିଁ ସମାଜରେ ଭାଇଚାରା, ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ଓ ସାମାଜିକ ଦୃଢ଼ତା ରଖିବାରେ ସମର୍ଥ ହୋଇଥାଏ । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକ କାଶୀନାଥ ନନ୍ଦୀ ମିଛ ବୋଲି ଯାହା ଶୀର୍ଷକ ଗଳ୍ପ ପାଠ କରିଥିବାବେଳେ ସଞ୍ଜୀବ କୁମାର ଭୋଇ ଗଳ୍ପର ସମୀକ୍ଷା କରିଥିଲେ । ତୃତୀୟ ପର୍ଯ୍ୟାୟରେ କବୀ ମଞ୍ଜୁଳା କୁମାରୀ ରଥ ଓ ରଶ୍ମି ସାହୁଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଶୋକ କୁମାର ପଟ୍ଟନାୟକ, ଅଜୟ କୁମାର ମହାନ୍ତି, ଉପେନ୍ଦ୍ର ବସ୍ତିଆ, ସୁଶାନ୍ତ ନାୟକ, ବ୍ରଜେନ୍ଦ୍ର ଦାଶ, କୁଞ୍ଜବିହାରୀ ରାଉତ, ପ୍ରତାପ କୁମାର ପଣ୍ଡା ଓ ସଂଯୋଜକ ଦ୍ୱୟ ସ୍ୱରଚିତ କବିତା ପାଠ କରିଥିଲେ । ପ୍ରାରମ୍ଭରେ ସଭାପତି ଡ. ସାମନ୍ତରାୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ କାର୍ଯ୍ୟକୀରୀ ସଭାପତି ବିକ୍ରମଚନ୍ଦ୍ର ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ସହ ଆଲୋଚ୍ୟ ବିଷୟର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁଦତ୍ତ ବେହେରା, କମଳ ଆଚାର୍ଯ୍ୟ, ନିରୁପମା ଚାନ୍ଦ, ସ୍ୱର୍ଣ୍ଣଲତା ଘଡେ଼ଇ, ଭୂପେନ ମହାପାତ୍ର, ତାପସ ସାହୁ, ଶରତଚନ୍ଦ୍ର ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ, ଗୀତାଞ୍ଜଳି ମହାରଣା, ସମ୍ରିଦ୍ଧି ମହାରଣା, ସୁମିତା ସ୍ୱାଇଁ, ରବିନ୍ଦ୍ର ଠାକୁର, ଅରବିନ୍ଦ ପାତ୍ର, କୁଞ୍ଜବିହାରୀ ରାଉତ, ଅର୍ଜୁନ ସିଂ, ପ୍ରୀତମ ମହାନ୍ତି, ସତ୍ୟାନନ୍ଦ ପ୍ରଧାନ, ଗୀତାଞ୍ଜଳି, ଡ. ସୁବାସ ଲେଙ୍କା, ଏମ୍ ରାଜନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.