oum

ଧାମରା ସଂଘର ଗ୍ରୀଷ୍ମ କବିତା ଆସର

jsm
  • କବି ସର୍ବଦା ଶବ୍ଦର ଶରଣାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : କବି ସର୍ବଦା ଶବ୍ଦର ଶରଣାଗତ, ଯେଉଁ ଶବ୍ଦକୁ ନେଇ ସେ କବିତାର ଚିତ୍ରକଳ୍ପ ନିର୍ମାଣ କରେ ଓ ଯାହାର ଅନୁଭବ ହିଁ କବିତାକୁ ଜୀବନ୍ତ କରିଥାଏ, ଅନ୍ୟଥା କବିତା ନିଷ୍ପ୍ରାଣ । ଏହା ଥିଲା ଧାମରା ସାହିତ୍ୟ ସଂସଦ ଦ୍ୱାରା ଆୟୋଜିତ ଗ୍ରୀଷ୍ମ କବିତା ଆସରରେ କବିମାନଙ୍କର ମତ । ଧାମରା ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ସାଂସ୍କୃତିକ ସମ୍ପାଦକ ସୁଶାନ୍ତ ନାୟକଙ୍କ ଆବାହକତ୍ଵରେ ଆୟୋଜିତ କବିତାର କଥା ଶୀର୍ଷକରେ ସହରର ସୁପରିଚିତ କବି ଡ. ଅଶ୍ୱିନୀ ରାୟ, ଡ. କୃପାସିନ୍ଧୁ ନାୟକ, ତ୍ରିନାଥ ସିଂହ, ମୀନକେତନ ପଶାୟତ, କାଶୀନାଥ ନନ୍ଦୀ, ଅଙ୍ଗୁରବାଳା ପରିଡା, ମହାଶ୍ୱେତା ସାହୁ, ଶର୍ମିଷ୍ଠା କବି ଶତପଥୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ ଏବଂ ଡ. ଗୀତାଞ୍ଜଳି ପତ୍ରୀ ପ୍ରମୁଖ ୧୦ ଜଣ କବି ଆଲୋଚନାରେ ଅଂଶ ଗ୍ରହଣ କରି ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସଂଘର ସହ ସଂପାଦକ ଅକ୍ଷୟ କୁମାର ଦାସ ସ୍ୱାଗତ ଅଭିଭାଷଣ ରଖିଥିଲା ବେଳେ ସାଧାରଣ ସଂପାଦକ ଭଗବାନ ରାଉତ ତାଙ୍କର ସଂପାଦକୀୟ ଅଭିଭାଷଣରେ ଧାମରା ସାହିତ୍ୟ ସଂସଦର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସାହିତ୍ୟ ସଂପାଦିକା ନିରୁପମା ପତି ମଞ୍ଚ ପରିଚାଳନା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥି ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ବିଜୟ କୁମାର ସାହୁଙ୍କ ସଭାପତିତ୍ୱ, ଗୌତମ ଦାସ, ଗୀତାରାଣୀ ବେହେରା ଓ ବସନ୍ତ ବିଶ୍ୱକର୍ମାଙ୍କ ସଂଯୋଜନାରେ ଉପେନ୍ଦ୍ର ବସ୍ତିଆ, ଅଶୋକ ପଟ୍ଟନାୟକ, ତପସ୍ୱିନୀ ପତି, ପଞ୍ଚାନନ ସାହୁ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ମୀନକେତନ ପଶାୟତ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ଉର୍ବଶୀ ଦାସ ପ୍ରମୁଖ ୪୨ ଜଣ କବି କବିତା ପାଠ କରିଥିଲେ । ସମସ୍ତ କବିଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବି, ସାହିତ୍ୟପ୍ରେମୀ ଓ ସଂଗଠକ ଅଭୟ କୁମାର ଦାସ, ଅନିଲ ଦାସ, ବିକ୍ରମ ଆଚାର୍ଯ୍ୟ, କୁଞ୍ଜବିହାରୀ ରାଉତ, ପ୍ରଶାନ୍ତ ଦାସ, ରାମକୃଷ୍ଣ ତ୍ରିପାଠୀ, ଆଲୋକ ମଲ୍ଲିକଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.