oom

ହରିରାଜପୁର ମେଳନ ଉତ୍ସବରେ ଆଧ୍ୟାତ୍ମିକ କବିତା ପାଠୋତ୍ସବ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳନ ପଡିଆ, ସୂଚନା କେନ୍ଦ୍ର ମଞ୍ଚରେ ରବିବାର ଅପରାହ୍ନରେ ନିମାଇଁ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ଆଧ୍ୟାତ୍ମିକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନିମାଇଁ ସାହିତ୍ୟ ସଂସଦର ମୁଖ୍ୟ କର୍ମକର୍ତ୍ତା ମାନସ ରଞ୍ଜନ ପଟ୍ଟନାୟକ, ବିଶ୍ୱରଂଜନ ମହାନ୍ତି ଓ ଦାଶରଥି ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଆଧ୍ୟାତ୍ମିକ କବିତା ପାଠୋତ୍ସବରେ ପଚାଶରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ଯୋଗଦେଇ ସ୍ୱରଚିତ ଆଧ୍ୟତ୍ମିକ କବିତା ଆବୃତ୍ତି କରିଥିଲେ । ପୁରୀ, ପିପିଲି, ଡେଲାଙ୍ଗ, ସାକ୍ଷୀଗୋପାଳ, ଖୋର୍ଦ୍ଧାରୁ କବୟିତ୍ରୀ ସରୋଜିନୀ ଜେନା, ଝୁମୁରୀ ସାହୁ, ପ୍ରମିଳା ପଟ୍ଟନାୟକ, ନଳିନୀପ୍ରଭା ପଟ୍ଟନାୟକ, ଇତିଶ୍ରୀ ପତ୍ନୀ, ନମିତା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ଦାଶ, କବି ରମେଶ ଚନ୍ଦ୍ର ସ୍ୱାଇଁ, ସମ୍ପଦ ବେହେରା, ସତ୍ୟବାଦୀ ସାହୁ, ଦ୍ୱିତ୍ତିକୃଷ୍ଣ ମହାନ୍ତି, ରୋହିତ ଚମ୍ପତ୍ତି, ଶ୍ରୀମାନ ଗବା, ପ୍ରଭାସ ପ୍ରଧାନ, ନୀଳାମ୍ବର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏଥିରେ ଶ୍ରୀ ଶ୍ରୀ ପଶ୍ଚିମଶମ୍ଭୁ ସୋମନାଥ ଯୁବ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ସମସ୍ତ କବି କବୟିତ୍ରୀଙ୍କୁ ଉପସ୍ଥିତ ଅତିଥି ପ୍ରେମାନନ୍ଦ ମଲ୍ଲିକ, ପ୍ରସନ୍ନ ଚମ୍ପତ୍ତି ଓ ସୋମନାଥଙ୍କ ପୂଜକ ଦିଲ୍ଲୀପ ମହାପାତ୍ର ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଏହି କବିତା ପାଠୋତ୍ସବରେ ଦିଲ୍ଲୀପ କୁମାର ଧାଉଡିଆ ଅଧ୍ୟକ୍ଷତା କରିଥବା ବେଳେ ପାଲା ଗାୟକ ବିଜୟ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ । ଶେଷରେ ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.