oom

ଅଂକୁର ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବହୁଭାଷାଭାଷୀ କବିତା ଆସର ଫଗୁଣର ମଧୁ ମୂର୍ଚ୍ଛନା ଓ ହରିହର ଭେଟ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଫଗୁଣ ପୂର୍ଣ୍ଣିମା ଅବସରରେ ଅଂକୁର ସାହିତ୍ୟ ସଂସଦ ବଲାଙ୍ଗିର ତରଫରୁ ବହୁଭାଷାଭାଷୀ କବିତା ଆସର ଫଗୁଣର ମଧୁ ମୂର୍ଚ୍ଛନା ଓ ହରିହର ଭେଟ କାର୍ଯ୍ୟକ୍ରମ ସ୍ଥାନୀୟ ଟିକ୍ରାପଡା ଦଧିବାମନ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ରୀମତୀ କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୁବ ସାମ୍ବାଦିକ ଓ କବି ସନ୍ଦୀପ କୁମାର କୁଅଁର ଯୋଗଦେଇ ଫଗୁଣ ପୂର୍ଣ୍ଣିମାର ମହତ୍ୱ ଓ ରଙ୍ଗଖେଳ କିପରି ସାମାଜିକ ଚଳଣୀ ସହିତ ଜଡିତ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ସମ୍ପାଦକ ଡାକ୍ତର ଅଶୋକ କୁମାର ସେଠି ମଞ୍ଚାସୀନ ଥିଲେ । ଏହି ଅବସରରେ କବି ମଦନ ମୋହନ ରଥଙ୍କ କବିତା ସଂକଳନ ଅଭୁଲା ଅତୀତକୁ ଅତିଥିମାନେ ବିମୋଚନ କରିଥିଲେ । ପୁସ୍ତକର ଏକ ଆଲୋଚନା କରିଥିଲେ କବି ରତ୍ନମୟ ତ୍ରିପାଠୀ । ପରେ ପରେ ଅନୁପ୍ରିୟା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ସସ୍ମିତା ନେପାକ, ଜ୍ୟୋତ୍ସ୍ନାମୟୀ ତ୍ରିପାଠୀ, ଚୁମ୍‌କି ଦାଶ, ନଳିନୀ ପ୍ରଭା ଶତପଥି, ମୄଗେଶ ପାଣିଗ୍ରାହୀ, ପ୍ରେମଚାନ୍ଦ ମହାନ୍ତି, ବଳିଷ୍ଠ ପଧାନ, କବିତା ମିଶ୍ର, ସୁରଥ ସାହୁ, ଅରୁଣ ଖୁଆସ, ହୃଷିକେଶ ପୁରୋହିତ, ଓମ୍‌ ପ୍ରଣବ ନାୟକ, ତପସ୍ୱିନୀ ପଶାୟତ, କୁମୁଦିନୀ ପୃଷ୍ଟି, ମାନସ ବାଗ, ମଦନ ମୋହନ ରଥ, ଧର୍ମବ୍ରତ ରଥ, ବ୍ରହ୍ମକ୍ଷ ନନ୍ଦ ବନଛୋର, କପିଳ ପତି ତଥା ୫୦ରୁ ୍ରଧିକ କବି ସ୍ଵରଚିତ କବିତା ପାଠ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ସମ୍ପାଦକ ଡାକ୍ତର ଅଶୋକ କୁମାର ସେଠି । ଏହା ପରେ ପରେ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚୂଡେନ୍ଦ୍ର କୁମାର ବେହେରା, ଦୁର୍ଗା ସାହୁ, ପ୍ରଦୀପ ପଶାୟତ, ସୁନାଧର ବନଛୋର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.