ଇସ୍ପାତ ସାହିତ୍ୟ ସଂସଦର ଆଲୋଚନା ସଭା ଓ ଗୀତି କବିତା ପାଠ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ କବି ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ କୃତି ଉପରେ ଆଲୋଚନା ସଭା ଏବଂ ଗୀତି କବିତା ପାଠ କାର୍ଯ୍ୟକ୍ରମ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଇସ୍ପାତ ଜେନେରାଲ ହସପିଟାଲର ଅସ୍ଥି ଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ୱାଳ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କବି ହରମୋହନ ମିଶ୍ର ଯୋଗଦେଇ ଥିଲେ । କବି ରଶ୍ମି ସାହୁଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ସ୍ୱାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ ସଂସଦର ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ରୂପରେଖ ଉପରେ ଆଲୋକପାତ କରି ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ କୃତି ଉପରେ ତର୍ଜମା କରିଥିଲେ । କବି ଗଡ଼ନାୟକଙ୍କ କାବ୍ୟ କବିତାରେ ଶବ୍ଦ ବିନ୍ୟାସ ଓ ପଦାବଳୀ ଗୁଡ଼ିକର ପଟାନ୍ତର ନାହିଁ ଏବଂ ତାଙ୍କ କାବ୍ୟ କବିତାର ଅନ୍ତଃସ୍ୱର ଜାତି ଓ ଦେଶମାତୃକା ନିମନ୍ତେ ଉତ୍ସର୍ଗୀକୃତ ଥିଲା ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଶ୍ରୀଜଗନ୍ନାଥଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ମୁଖ୍ୟ ଅତିଥି ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପାଇଥିବା କବି ବ୍ରଜବିହାରୀ ଦାସ, ଇସ୍ପାତ କାରଖାନା ତରଫରୁ ପଦୋନ୍ନତି ପାଇଥିବା ସଂସଦର ସଦସ୍ୟ ଇଂ. ରଙ୍କନିଧି ସେଠୀ, ଇଂ.ବିଜୟ କୁମାର ସେନାପତି, କବି ଶିବପ୍ରସାଦ ବେହେରା ଏବଂ ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଥିବା ସଂସଦର ଉପଦେଷ୍ଟା କବି ତ୍ରିଲୋଚନ ମଥାନଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ନୂତନ ସଦସ୍ୟ ସାଗର ମଥାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷରେ କବି ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । କବି ହରିହର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠ ଉତ୍ସବରେ କବି ବବିତା ମହାଳିକ ଏବଂ ରଙ୍କନିଧି ସେଠୀଙ୍କ ସଂଯୋଜନାରେ କବି ତ୍ରିଲୋଚନ ମଥାନ, ଉପେନ୍ଦ୍ର ବସ୍ତିଆ, ଅଜୟ କୁମାର ମହାନ୍ତି, ହରିହର ବେହେରା, ରଶ୍ମି ବାଳା ରାଉତରାୟ, ଅନନ୍ତ କିଶୋର ଦାସ, ପ୍ରତାପ କୁମାର ପଣ୍ଡା, ବ୍ରଜ ବିହାରୀ ଦାସ, ସତ୍ୟବ୍ରତ ଦାସ, ଗୌତମ ଦାସ, ସୁଶାନ୍ତ କୁମାର ନାୟକ, ହରମୋହନ ମିଶ୍ର, ଅର୍ଚ୍ଚନା ପାତ୍ର, ନୃସିଂହ ଚରଣ ବିଶ୍ୱାଳ, ଶ୍ରେୟସୀ ସାହୁ, ସାଗର ମହାନ୍ତି ଏବଂ ରଙ୍କନିଧି ସେଠୀ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ କବି ତାରିଣୀ ଚରଣ ସାହୁ, ଡ. ସୁମନ ଦତ୍ତ, ଡ. ନଗେନ ଦାସ, ଅକ୍ଷୟ କୁମାର ସାମଲ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ମୀନକେତନ ପଶାୟତ, କାଶୀନାଥ ନନ୍ଦୀ, ପୀତବାସ ପ୍ରଧାନ, ଗୀତାଞ୍ଜଳି ପାତ୍ର, ଶର୍ମିଳା ଦତ୍ତ, ରାମକୃଷ୍ଣ ତ୍ରିପାଠୀ, ଗଙ୍ଗାଧର ପୁହାଣ, ବିଜୟିନୀ ଜେନା ପ୍ରମୁଖ ବହୁ କବି ଓ ଲେଖକ ଯୋଗଦାନ କରିଥିଲେ । ଶେଷରେ କବି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!