ଧାମରା ସଂଘର ବସନ୍ତ କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଧାମରା ସାହିତ୍ୟ ସଂସଦର ବସନ୍ତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ଭଗବାନ ରାଉତଙ୍କ ସଭାପତିତ୍ୱରେ ଓ ସାଂସୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ମୁଖ୍ୟବକ୍ତା ଭାବେ ଡ. ଅଶ୍ୱିନୀ କୁମାର ରାୟ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଲେ କହିଲେ ସ୍ୱପ୍ନ ପ୍ରୀତି ସମ୍ଭାବନାର ଋତୁ ହେଉଛି ବସନ୍ତ, ଋତୁରାଜ ବସନ୍ତର ଆଗମନରେ ଧରା ହୁଏ ଆନମନା । ଜୀବନ ଓ ଜଗତକୁ ଚଳ ଚଞ୍ଚଳ ଓ ମଧୁମଗ୍ନା କରିବାରେ,ସୃଷ୍ଟିର ସ୍ରୁଜନଶୀଳତାର ତୂଳୀକୁ ରସାଣିତ କରିବାରେ ବସନ୍ତ ଋତୁର ଭୁମିକା ଅବର୍ଣ୍ଣନୀୟ । ଅନ୍ୟତମ ବକ୍ତା ଡ. ନାରାୟଣ ସେନାପତି ତାଙ୍କ ବକ୍ତବ୍ୟରେ କହିଲେ ବସନ୍ତର ବିରହ ବେଦନା ପ୍ରୀତିର ଅନନ୍ୟ ସ୍ୱାକ୍ଷର ଏ ଧରାରେ ଛାଡିଦେଇ ଅଭିଷିକ୍ତ ହୁଏ ଋତୁରାଜ । ଅନେକ ପୁରାତନ ଓ ନୂତନ କବିଙ୍କର ବସନ୍ତ ଆଧାରିତ କବିତାକୁ ସେ ସୁନ୍ଦର ଭାବରେ ଆବୃତ୍ତି କରିଥିଲେ । ମୁଖ୍ୟ ଅତିଥି ଇଂ.ଅଭୟ କୁମାର ଦାସ କହିଲେ ଯେ ପ୍ରଜାପତି ଡେଣାରେ ଫୁଲର କ୍ଷତାକ୍ତ ରକ୍ତ ଜ୍ୱାଳା ଅଧିକ ବଢେଇ ଦିଏ ଋତୁ ବସନ୍ତ, ଆଜିର ବିଷାଦ ଶୋକ ସନ୍ତାପିତ ଧରା ଓ ଧରାବାସୀଙ୍କ ପ୍ରାଣରେ ଏକ ମଧୁର ରସମୟ ଅମୃତ ମକରନ୍ଦ ବିଂଚିଦେଉ ଋତୁ ବସନ୍ତ । ସଭାପତିତ୍ୱ କରୁଥିବା ଶ୍ରୀ ରାଉତ ତାଙ୍କର ଅଭିଭାଷଣରେ କହିଲେ କବିତା ଯଦି ହ୍ରୁଦୟସ୍ପର୍ଶି ନ ହେଲା ତାହା କଦାପି କାଳଜୟୀ ହୋଇ ପାରିବନି । ପ୍ରାରମ୍ଭରେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସାହିତ୍ୟ ସଂପାଦିକା ନିରୁପମା ପତି ମଂଚ ପରିଚାଳନା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପଞ୍ଚାନନ ସାହୁଙ୍କ ସଭାପତିତ୍ତତ୍ୱରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ନୀନାରାଣୀ ଜେନା ସମ୍ମାନୀତ ଅତିଥି ,ସଂଯୋଜିକା ଭାବରେ ରୀନାରାଣୀ ସ୍ୱାଇଁ, ସୁଚିସ୍ମିତା ପଣ୍ଡା ନିରୁପମା ନାୟକ କବିତା ଗୁଡ଼ିକ ସଂଯୋଜନା କରିଥିଲେ । ସର୍ବଶ୍ରୀ କବି ସଂଜିବ ଭୋଇ, ବଳରାମ ରାଉଳ, କାଶୀନାଥ ନନ୍ଦୀ, ତ୍ରିଲୋଚନ ସ୍ୱାଇଁ, ଡ.କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର ବସ୍ତିଆ, ଦିବାକର ଦାସ, ସସ୍ମିତା ପ୍ରଧାନ, ଉର୍ବଶୀ ଦାଶପତି, ଚିନ୍ମୟୀ ପୁରୋହିତ, ତପୟସ୍ୱିନୀ ସାହୁ, ନିରଞ୍ଜନ କରଣ, ଗଦାଧର ରଥ, ବକ୍ରମ ଆଚାର୍ଯ୍ୟ, ଅଭିରାମ ପ୍ରଧାନ, ଅକ୍ଷୟ କୁମାର ସାମଲ, ଡ.ଅସ୍ୱିନୀ ରାୟ, ସୁକାନ୍ତ ମହାପାତ୍ର, ନିରୁପମା ପତି, ଆଦି ୪୩ ଜଣ କବି କବିତା ପାଠ କରିଥିଲେ । ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.