centurian jitm

ପ୍ରଗତି ଉତ୍କଳ ସଂଘର ନାରୀ କବି ସମ୍ମିଳନୀ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ନାରୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ କୁମାର ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ରାଧାମୋହନ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ପ୍ରଫେସର ଲୋପମୁଦ୍ରା ମହାନ୍ତି ମୁଖ୍ୟଅତିଥି ଓ ସମ୍ମାନିତ ବକ୍ତା ଭାବେ ସଂଘର ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇଥିଲେ । ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଲେ ଯେ, ଗୁରୁ ହେଉଛନ୍ତି ମା’ର ଅନ୍ୟ ରୂପ । ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ । ବିବାହ ଏକ କର୍ତ୍ତବ୍ୟ, ମାତ୍ର ବିବାହଟା ସତ୍ୟ ନୁହେଁ । ନାରୀ ଯେତେ ପୁରୁଷଙ୍କ ସହ ମିଶି ତାର ସଦ୍‌ଗୁଣ ଜାଣିବ ସତେ ତାର ଲେଖାଗୁଡିକ ଅଧିକ ପ୍ରସ୍ଫୁଟିତ ହେବ । ଅନୁଭୂତି ଓ ଅଭିଜ୍ଞତା ଲେଖାର ପ୍ରଥମ ଉପାଦାନ । ସମ୍ମାନିତ ବକ୍ତା ଭାବେ ଡଃ ମଲ୍ଲିକ କହିଲେ ଯେ, ନାରୀ କବିମାନେ ନାରୀର ମନସ୍ତତ୍ୱ ଓ ଦୁଃଖଯନ୍ତ୍ରଣାକୁ ବେଶ ସଫଳତା ସହ ରୂପାୟନ କରିପାରନ୍ତି । ସଭାପତିତ୍ବ ଅଭିଭାଷଣ ସହ ସଭାପତି ଶ୍ରୀ ନାୟକ କହିଲେ ଯେ, ଏଭଳି କାର୍ଯ୍ୟକ୍ରମ ନାରୀକବି ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଅନ୍ତର୍ନିହିତ ସାରସ୍ବତ ପ୍ରତିଭା ବିକଶିତ ହେବାରେ ସହାୟକ ହେବ । ଆଗକୁ ମଧ୍ୟ ଏହିଭଳି କାର୍ୟ୍ୟକ୍ରମ ଜାରି ରହିବ ବୋଲି ସେ କହିଥିଲେ । ଏହି ଅବସରରେ ବ୍ୟଙ୍ଗଭାରତୀ ବ୍ରଜବିହାରୀ ଦାଶଙ୍କ ଶିଶୁ କିଶୋର କବିତା ସଂକଳନ ‘ଜାଣ ଯଦି ଦିଅ କହି’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଦ୍ବିତୀୟ ପର୍ୟ୍ୟାୟରେ କବୟିତ୍ରୀ ରଶ୍ମି ସାହୁ ଓ କନକଲତା ମିଶ୍ରଙ୍କ ସଂଯୋଜନାରେ ଗୀତାରାଣୀ ବେହେରା, ମିତା ପ୍ରଧାନ, ସ୍ନେହଲତା ପଟ୍ଟନାୟକ, କବିତାରାଣୀ ଭୁୟାଁ, ସ୍ମିତା ମିଶ୍ର, ସୁସ୍ମିତା ମହାପାତ୍ର, ଡଲିରାଣୀ ବ୍ରହ୍ମା, ନାରାୟଣୀ ନାୟକ, କନକଲତା ମିଶ୍ର, ସୁପ୍ତି କର, ସୁଚିସ୍ମିତା ପଣ୍ଡା, ଉର୍ବଶୀ ଦାଶ ପତି, ହରପ୍ରିୟା ପରିଡା, କଳ୍ପନା ନନ୍ଦ, ରଶ୍ମି ସାହୁ ପ୍ରମୁଖ କବିତା ପାଠ କରିଥିବା ବେଳେ ସଂଘର ସାଂସ୍କୃତିକ ସଂପାଦକ ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଲକ୍ଷ୍ମଣ ନାଥ ଦାସ, କୁଂଜବିହାରୀ ରାଉତ, ପ୍ରଦୀପ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ଇନ୍ଦ୍ରମଣୀ ମହାପାତ୍ର, ତ୍ରିଲୋଚନ ସ୍ବାଇଁ, ଚିତ୍ତରଂଜନ ବ୍ରହ୍ମା, ଘନଶ୍ୟାମ ଧଳ, ଅର୍ଜୁନ ଭୁୟାଁ, ରଶ୍ମିରଂଜନ ବୋଇତାଇ, ମୀନକେତନ ପଶାୟତ, ମନୋଜ କୁମାର ନନ୍ଦ, ବିପିନବିହାରୀ ପଟ୍ଟନାୟକ, ବରୁଣ କୁମାର ନାହାକ, ପରୀକ୍ଷିତ ଗୁରୁ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଦେଶର ପ୍ରଥମ ସିଡିଏସ ବିପିନ ରାୱତ ଓ ଅନ୍ୟ ୧୨ଜଣ ସହିଦ ଓ ସଂଘର ଆଜୀବନ ସଦସ୍ୟ ବିକ୍ରମ କରଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.