ଗଣ୍ତାବାହାଲିଠାରେ ସ୍ବାଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଠାରେ ଗ୍ରାମ୍ୟ ମେହେର ଭୁଲିଆ ସମାଜ ଆନୁକୁଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ ମେହେର ଭୁଲିଆ ସମାଜର ସଭାପତି ପୂର୍ଣ୍ଣଚନ୍ଦ୍ର ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ନିଖିଲ ଓଡ଼ିଶା ମେହେର ଭୁଲିଆ ସମାଜ ସଭାପତି ବୈଶମ୍ପାୟନ ମେହେର, ମୁଖ୍ୟ ବକ୍ତା ଭୁଲିଆ ସିକୁଆଁ ମହାବିଦ୍ୟାଳୟର ଅଧ୍ୟାପକ ମିତ୍ରଭାନୁ ମେହେର, ସମ୍ମାନୀତ ଅତିଥି ନାରୀ ପ୍ରତିଭା ମାନିନୀ ମେହେର, ଗ୍ରାମ୍ୟ ମେହେର ଭୁଲିଆ ସମାଜ ସମ୍ପାଦନ ରଥି ମେହେର ମଞ୍ଚାସିନ ହୋଇଥିଲେ। କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସ୍ଥାନୀୟ ହାଇସ୍କୁଲର ଛାତ୍ର ଛାତ୍ରୀମାନଙ୍କ ଦ୍ବାର ପ୍ରାରମ୍ଭିକ ସଂଗୀତ ଗାନ ହୋଇଥିଲା । ଏହି ଜୟନ୍ତୀ ଅବସରରେ ଗ୍ରାମର ଦୁଇ ପ୍ରତିଭା ସମାଜ ସେବା କ୍ଷେତ୍ରରେ ବାସୁଦେବ ମେହେର ଓ ମେଡିକାଲ ଛାତ୍ର ପୋଲୋସ୍ତ୍ୟ ମେହେରଙ୍କୁ ସଂବର୍ଧନା ପ୍ରଦାନ ସହ ବିଦ୍ୟାଳୟ ସ୍ତରରେ ବକୃତା ତଥା ମହିଲା ମାନଙ୍କୁ ନେଇ ରଙ୍ଗୋଲି ପ୍ରିତିଯୋଗିତାର କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ଗୁପ୍ତେଶ୍ୱର ମେହେର ଓ‌ ଡିସମ୍ବର ମେହେର ପରିଚାଳନା କରୁଥିବା ବେଳେ ଭୁବନେଶ୍ବର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.