ମର୍ଯ୍ୟାଦା ଜନକ କବି ଗୌରବ ସମ୍ମାନ ପାଇଲେ ଡ. ଗୋପିକୃଷ୍ଣ ପଣ୍ଡିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିର ଆନୁକୂଲ୍ୟରେ ପଞ୍ଚାୟତ ମହାବିଦ୍ୟାଳୟ ବେଲପଡା ଠାରେ ରାଜ୍ୟସ୍ତରୀୟ ପବିତ୍ର ଗୁରୁ ଦିବସ ଓ ନୂଆଁଖାଇ ଭେଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ରାଜନାରାୟଣ ମେହେର, ମୁଖ୍ୟବକ୍ତା ବାଗ୍ମୀ ରାଜମଣି ସାହୁ, ସଭାପତି ସୁରେଶ ଚନ୍ଦ୍ର ମେହେର, ପରିଷଦର ସଭାପତି ଡ଼ା. ଚିତ୍ତରଞ୍ଜନ ମିଶ୍ର, ଉପସଭାପତି ଝସକେତନ ଗୁରୁ, ସମ୍ପାଦକ ଡକ୍ଟର ନବକିଶୋର ବେହେରା, ଯୁଗ୍ମ ସମ୍ପାଦକ ଦୁର୍ବାଦଳ ଘିବେଲା, ଛାତ୍ର ପ୍ରତିନିଧି ଡ.ଗୋବର୍ଦ୍ଧନ ନାୟକ ମଞ୍ଚସୀନ ହୋଇ ଥିବାବେଳେ ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଡ଼.ଗୋବର୍ଦ୍ଧନ ନାୟକ, ସଭାପତି ଡ଼. ଭବାନୀ ଶଙ୍କର ପଟେଲ, ମୁଖ୍ୟବକ୍ତା ସନ୍ଦୀପ କୁମାର କୁଅଁର ଓ ସମ୍ମାନିତ ଅତିଥି କବି ମଧୁସୂଦନ ଦାଶ ମଞ୍ଚାସୀନ ହୋଇ ମଞ୍ଚ ମଣ୍ଡନ କରିଥିଲେ । ଅତିଥି ବୃନ୍ଦ ବଲାଙ୍ଗିରର ବରିଷ୍ଠ କବି ଡ. ଗୋପିକୃଷ୍ଣ ପଣ୍ଡିଆଙ୍କୁ ଚଳିତ ବର୍ଷର ଅନୁଷ୍ଠାନର ମର୍ଯ୍ୟାଦା ଜନକ କବି ଗୌରବ ସମ୍ମାନରେ ସମ୍ମାନିତ କରିଥିଲେ । ଡ. ପଣ୍ଡିଆ ଏକାଧାରରେ ଜଣେ ବିଶିଷ୍ଟ ଲେଖକ, ବରିଷ୍ଠ କବି, ଗାଳ୍ପିକ ଭାବେ ସମଗ୍ର ରାଜ୍ୟରେ ଜଣେ ଚର୍ଚ୍ଚିତ ଚେହେରା । ଏ ଖବର ପ୍ରସାରିତ ହେବା ପରେ ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.