ଆନ୍ତଃ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଦ୍ୱାରା ଆୟୋଜିତ ଆନ୍ତଃ ବିଦ୍ୟାଳୟ (ବାଳକ ଓ ବାଳିକା) କବାଡି ପ୍ରତିଯୋଗିତା ଗତ ଦୁଇଦିନ ଧରି ସଂଘ ପରିସରରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ୧୪ଟି ବାଳକ ଦଳ ଓ ୬ଟି ବାଳିକା ଦଳ ଭାଗ ନେଇଥିଲେ । ପ୍ରଥମ ଦିନ ସଂଘର ଉପସଭାପତି ଅଜୟ କୁମାର ଗୋସ୍ୱାମୀ ସଭାପତିତ୍ୱ କରିବା ସହ ସ୍ଵାଗତ ଅଭିଭାଷଣ ରଖିଥିଲେ । ଅତିଥି ଭାବେ ସମାଜସେବୀ ବିମଳ କୁମାର ବିଶି, ଡାକ୍ତର ଜ୍ଞାନରଞ୍ଜନ ଗିରି, ହୃଷିକେଶ ରାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ରାଧାମୋହନ ନାୟକ ମଞ୍ଚାସୀନ ଥିଲେ । ଆନ୍ତର୍ଜାତିକ ଖେଳ ପରିଚାଳକ ଅରବିନ୍ଦ ପାତ୍ର ଓ ଅନ୍ୟତମ ବରିଷ୍ଠ ଖେଳ ପରିଚାଳକ (ରେଫେରି) ସତ୍ୟ ରଞ୍ଜନ ପଣ୍ଡା, ଆଶୋକ ରାଉତ, ବାଦଲ ବାଗ, ଆକାଶ ସିନ୍ଦ୍ରିଆ, ରୋହନ ତିର୍କୀ, ସୁରେଶ ମହାପାତ୍ର, ସସ୍ମିତା ଜେନା ଖେଳକୁ ସୂଚାରୁରୂପେ ପରିଚାଳନା କରିଥିଲେ । ସେହିପରି
ଦ୍ୱିତୀୟ ଦିନ ସଂଘର ସଭାପତି ଅଜୟ କୁମାର ନାୟକ ସଭାପତିତ୍ୱ କରିଥିଲେ ଓ ମୁଖ୍ୟ ଅତିଥି ଭାବରେ ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ସୋମନାଥ ତ୍ରିପାଠୀ ଯୋଗ ଦେଇଥିଲେ ଏବଂ ସଂଘର ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ଓ ସାଂସ୍କୃତିକ ସମ୍ପାଦକ ଆଶୋକ କୁମାର ପଟ୍ଟନାୟକ ମଞ୍ଚାସୀନ ହେବା ସହ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୁଭ୍ରାଂଶୁ ମହାପାତ୍ର, ଡଃ ନଗେନ ଦାସ, ପ୍ରସନ୍ନ ମହାନ୍ତି, ପ୍ରଦୀପ କୁମାର ପଟ୍ଟନାୟକ, ଇନ୍ଦ୍ରମଣି ମହାପାତ୍ର, ରଶ୍ମି ସାହୁ, ସ୍ମିତା ମିଶ୍ର, କନକ ଲତା ମିଶ୍ର, ସୁପ୍ତି କର, ପୁଷ୍ପା ରାଣୀ ପଟେଲ, ପୁର୍ଣ୍ଣ ଚନ୍ଦ୍ର ଜେନା, ଧରଣିଧର ସାମଲ, ପରିକ୍ଷିତ ଗୁରୁ, ନିରଞ୍ଜନ ପଣ୍ଡା, ବ୍ରଜେନ୍ଦ୍ର ଦାଶ, ସତ୍ୟ ନାରାୟଣ ଦାଶ, ଲକ୍ଷ୍ମଣ ଦାସ, ଗଦାଧର ରଥ ଉପସ୍ଥିତ ରହି ସହଯୋଗ କରିବା ସହ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବାଳିକା ବିଭାଗରେ ଡ.ଏ.ନ.କେ ଡିଏଭି ପବ୍ଲିକ ସ୍କୁଲ ଚମ୍ପିୟାନ ଓ ମୁନ୍ସିପାଲ ହାୟର ସେକେଣ୍ଡାରୀ ସ୍କୁଲ ରନର୍ସଅପ୍ ହୋଇଥିଲେ । ବାଳକ ବିଭାଗରେ ଡ.ଏନ୍‌ କେ ଡିଏଭି ପବ୍ଲିକ ସ୍କୁଲ ଚମ୍ପିୟାନ ଓ ସେଣ୍ଟ ଆର୍ନୋଲ୍ଡ ସ୍କୁଲ ରନର୍ସ ଅପ୍ ହୋଇଥିଲା । ବିଜେତା ଓ ଉପବିଜେତା ଦଳକୁ ଟ୍ରଫି, ମାନପତ୍ର ସହ ନଗଦ ରାଶି ଦେଇ ପୁରସ୍କୃତ କରାଯାଇଥିଲା । ବେଷ୍ଟ ରେଡାର ଓ ବେଷ୍ଟ କେଚରଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!