jayashree

ସାହିତ୍ୟ, ସମାଜ ଓ ସଂସ୍କୃତିର ରକ୍ଷା କବଚ

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ସମସ୍ତଙ୍କର ହିତ ସାଧନ କରିବା ସହିତ ସମାଜ ଓ ସଂସ୍କୃତିର ରକ୍ଷା କବଚ ସାଜିଥାଏ । ଏହା ଥିଲା ଜ୍ଞାନ ବିକାଶ କେନ୍ଦ୍ରର ୪୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ବକ୍ତା ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁଙ୍କ ଅଭିଭାଷଣ । ମୁଖ୍ୟ ଅତିଥି ତଥା ଉଦ୍‌ଘାଟନ ରାଜଗାଙ୍ଗପୁରର ବିଶିଷ୍ଟ ସମାଜସେବୀ ପଦ୍ମନାଭ ସାମଲ ତାଙ୍କ ଅଭିଭାଷଣରେ କହିଲେ ଓଡ଼ିଆ ଭାଷା ସାହିତ୍ୟର ଭବିଷ୍ୟତ ଉଜ୍ୱଳ ଯେତେ ବାଧାବିଘ୍ନ ଆସିଲେବି ଏ ଭାଷା କେବେବି ଲୋପ ପାଇବନି । ଅନ୍ୟତମ ସମ୍ମାନିତ ଅତିଥି ଅର୍ବାନ ବ୍ୟାଙ୍କର ସିଇଓ ରବିନ୍ଦ୍ର କୁମାର ମିଶ୍ର ତାଙ୍କର ଆଶୀର୍ବଚନରେ ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ସମାଜସେବୀ ଶଶଧର ପଣ୍ଡା ଅନୁଷ୍ଠାନର ବିକାଶ କରିବା ସହିତ ସର୍ବଦା ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ସାହିତ୍ୟିକ ଓ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଦୂର ବାରିପଦାରୁ ଆସିଥିବା ନୃତ୍ୟଶିଳ୍ପୀ ସୁଶ୍ରୀ ସତଦୃତୀ ମହାନ୍ତି ଚମତ୍କାର ନୃତ୍ୟ ପରିବେଷଣ କରିଥିଲେ ଏବଂ ସମ୍ମାନିତ ହୋଇଥିଲେ । ଏହି ଅବସରରେ ପଞ୍ଚାନନ ସାହୁ, ନିରୁପମା ପତି, ସ୍ୱର୍ଣ୍ଣପ୍ରଭା ଦତ୍ତ, ଦେବରାଜ କିଷାନ, ଚନ୍ଦ୍ରଶେଖର ଶତପଥୀ ଆଦି ୧୫ ଜଣଙ୍କୁ ଜ୍ଞାନ ପ୍ରଭା ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା । କୃପାସିନ୍ଧୁ ପତି ଓ ବିଜୟ କୁମାର ସାହୁଙ୍କୁ ଗୁରୁ ଗୋଉରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ପ୍ରଫେସର ଡ. ସୁବାଶ ଚନ୍ଦ୍ର ଲେଙ୍କା ସ୍ଵାଗତ ଭାଷଣ ସହିତ ସମ୍ପାଦକୀୟ ପାଠ କରିଥିଲେ । ଡ. ଉମାକାନ୍ତ ପଣ୍ଡା ମଞ୍ଚ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସହରର ସ୍ୱନାମଧନ୍ୟ କବି ସୁଶାନ୍ତ କୁମାର ନାୟକ ଓ ରୀନାରାଣୀ ସ୍ୱାଇଁଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ଆସର ଅନୁଷ୍ଠିତ ହୋଇଥିଲା । ସହରର ୫୦ରୁ ଅଧିକ ଜଣାଶୁଣା କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଣତି ଲେଙ୍କା, ସୁଶ୍ରୀ ସଙ୍ଗୀତା ଦାଶ, ସସ୍ମିତା ପ୍ରଧାନ, ମନୋଜ ନନ୍ଦ, ଅନିଲ ଦାଶ, ଅକ୍ଷୟ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ନିକୁଞ୍ଜ ବିହାରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.