oom

ସାମ୍ବାଦିକଙ୍କୁ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଶ୍ରଦ୍ଧାଞ୍ଜଳି

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି ଓ ଓଡ୍ରାଫ୍ଟ ଟିମ୍‌ର ବରିଷ୍ଠ ସଦସ୍ୟ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗ ଯୋଗୁଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସଭପତିତ୍ବ ଓ ସାଧାରଣ ସଂପାଦିକା ସଂଗୀତା ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଶିବଶରଣ ମିଶ୍ର ମୁଖ୍ୟ ଅତିଥି, ପୂର୍ବତନ ସୈନିକ ଜଗବନ୍ଧୁ ଗାୟନ, ଆକାଶ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦିବଙ୍ଗତ ସାମ୍ବାଦିକଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ । ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଗନ୍ଦୁର ଓରାମ, ଶୈଳେନ୍ଦ୍ର ସାହୁ, ସରୋଜ ବେହେରା, ସରୋଜ ଜେନା, ସନ୍ତୋଷ ସ୍ୱାଇଁ, ଉତ୍ତମ କୁମାର ବେହେରା, ସୁଦିପ ଦେ, ସୁରଥ ବାରିକ, ସୁମନ୍ତ ଜେନା, ନୀତେଶ କୁମାର, କମଳ ବିଶ୍ୱାସ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ସାମ୍ବାଦିକଙ୍କ ଫଟୋ ଚିତ୍ର ନିକଟରେ ମହମବତୀ ପ୍ରଜ୍ଜ୍ଵଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.