ls

ଜୁନିଅର ରେଡକ୍ରସ ସଚେତନତା ଶିବିର

sb

ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ କମସରା ଉଚ୍ଚ ବିଦ୍ୟାଳୟଠାରେ ତରଭା ବ୍ଲକସ୍ତରୀୟ ଏକଦିବସୀୟ ଜୁନିଅର ରେଡକ୍ରସ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । କମସରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଜ୍ଞା ପରମିତା ନାଗ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଉତ୍ସବରେ ମୂଖ୍ୟ ଅତିଥିରୂପେ ତରଭା ବିଇଓ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବରେ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ରଥ, ସୋନପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ଏବିଇଓ ସତ୍ୟନାରୟଣ ମହାପାତ୍ର, କୃଷ୍ଣଚନ୍ଦ୍ର ପଣ୍ଡା, କମିଟି ସଭାପତି ନାଗ ପ୍ରମୁଖ ଯୋଗଦେଇ ରେଡକ୍ରସର ମାନବୀୟ ବାର୍ତ୍ତା ଦେଇଥିଲେ । ଆର୍‌ଡିଓ ଝସକେତନ ମେହେର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ତରଭା ବିସିସି ବିଜୟ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିଲେ । ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ଶ୍ରୀ ପଶାୟତ ଚଳିତ ମାସରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ରେଡକ୍ରସ ତାଲିମ ଶିବିର ସଂପର୍କରେ ଅବଗତ କରାଇଥିଲେ । ସାଧନ କର୍ମୀ ଚନ୍ଦ୍ରଶେଖର ମହାପାତ୍ର, ଆଶିଷ କୁମାର ନାଏକ ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟରୁ ଯୋଗଦାନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା, ରେଡକ୍ରସ ଆନ୍ଦୋଳନ, ରକ୍ତଦାନ ଓ ରକ୍ଷକ ବିଷୟରେ ତାଲିମ ଦେଇଥିଲେ । ଏହି ଅବସରରେ ସମସ୍ତ ଶିବିରାର୍ଥି କମସରା ଗ୍ରାମରେ ଏକ ଶୋଭାଯାତ୍ରା କରି ଗ୍ରାମବାସୀଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ରକ୍ତଦାନ ଓ ରେଡକ୍ରସର ସେବାକାର୍ଯ୍ୟ ସଂପର୍କରେ ସଚେତନ କରିଥିଲେ । ଆୟୋଜିତ ହୋଇଥିବା ରେଡକ୍ରସ ସମ୍ପର୍କିତ ଏକ କ୍ୱିଜ୍ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଦେଉଳପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମୀୟ କୁମାର ମହାନ୍ତି ନିଜସ୍ଵ ଅନୁଭୂତି ଓ ରେଡକ୍ରସର ମାନବୀୟ ସେବା ବିଷୟରେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷକ ତଥା ପରାମର୍ଶଦାତା ଗୌରୀଶଙ୍କର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଆଶିଷ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ପରାମର୍ଶଦାତା ତୁଳସୀ ପ୍ରସାଦ ମେହେର, ପ୍ରଦ୍ୟୁମ୍ନ ମହାନ୍ତି, ଡବଲୁ ସାହୁ, ତ୍ରିପୁରାରୀ ପଧାନ, ବୀର କିଶୋର ପଣ୍ଡା, ଖିଲୋଣା ପଧାନ, ଆରତୀ ଜେନା, ଶତ୍ରୁଘ୍ନ ନାଏକ, ଶିକ୍ଷକ ପ୍ରତ୍ୟୁଷ କୁମାର ସାହୁ, ସତ୍ୟବ୍ରତ ବେହେରା, ପ୍ରଭଞ୍ଜନ ମହଲା, ରାଜେଶ ବେହେରା, ଆଦିତ୍ୟ ମିଶ୍ରଙ୍କ ସମେତ କମସରା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.