jayashree

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଲା : କଳାରେ ପାସ ହାର ୯୮.୫୮ ପ୍ରତିଶତ

ଭୁବନେଶ୍ୱର : ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ପୁସ୍ତିକାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଥିବା ବେଳେ ଓ୍ୱେବସାଇଟ www.orissaresults.nic.inରୁ ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ କଳାରେ ରେଗୁଲାର ପାସ ହାର ୯୮.୫୮% ରହିଛି । ମୋଟ ୧,୮୯,୩୬୩ ଜଣ ରେଗୁଲାର ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୮୬,୬୮୫ ଜଣ ପାସ କରିଛନ୍ତି । ସେହିପରି ଏକ୍ସ-ରେଗୁଲାରେ ୨୬,୧୮୯ ଜଣଙ୍କ ମଧ୍ୟରୁ ୬,୯୪୩ ଜଣ ପାସ କରିଥିବା ବେଳେ କରେସପଣ୍ଡେନ୍ସ ୪,୫୨୯ ଜଣଙ୍କ ମଧ୍ୟରୁ ୩,୩୩୧ ଜଣ ପାସ କରିଛନ୍ତି । ତେବେ ରେଗୁଲାର, ଏକ୍ସରେଗୁଲାର ଓ କରେସପଣ୍ଡେନ୍ସରେ ମିଶି ମୋଟ ୨,୨୦,୦୮୧ଛାତ୍ରୀଛାତ୍ରଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୯୬,୯୫୯ ଜଣ ପାସ କରିଛନ୍ତି । ଅର୍ଥାତ ମୋଟ ପାସ ହାର ୮୯.୪୯% ରହିଛି । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୬,୧୯୭ ଜଣ ଛାତ୍ରୀଛାତ୍ରଙ୍କର ମୂଲ୍ୟାୟନ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫,୩୩୧ ଜଣ ପାସ କରିଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ମୋଟ ପାସ ହାର ୮୬.୦୨% ରହିଛି । ୬,୧୯୭ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪,୯୨୦ ଜଣ ରେଗୁଲାର ଓ ୧,୨୭୭ ଜଣ ଏକ୍ସ-ରେଗୁଲାରର ଥିଲେ । ରେଗୁଲାରରେ ୪,୮୭୯ ଜଣ ପାସ କରିଥିବା ବେଳେ ଏକ୍ସ-ରେଗୁଲାରେ ୪୫୨ ଜଣ ପାସ କରିଛନ୍ତି ।

Leave A Reply

Your email address will not be published.