oom

ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ଶାସ୍ତ୍ରୀନଗରରେ ଜୁଗାର ଯାତ୍ରା ସମ୍ପର୍ଣ୍ଣ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ୱାର୍ଡ ନଂ ୮ ଶାସ୍ତ୍ରୀନଗରରେ ଜୁଗାର ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି । ଦୀର୍ଘ ଦୁଇ ମାସରୁ ସାଢେ଼ ଛଅ ଫୁଟ ଉଚ୍ଚତାର ଜୁଗାର ପାଇଁ ଅଣ୍ଟା ଭିଡିଥାନ୍ତି ପଡାବାସୀ । ଏହି ଜୁଗାର ପାଇଁ ୧ କ୍ୱିଣ୍ଟାଲ ଧାନର ଖଇ, ଦେଢ଼ କ୍ୱିଣ୍ଟାଲ ଗୁଡ, ୧୦ କେଜି କାଜୁ, ୫ କେଜି କିସମିସ, ୨ କେଜି ପିସ୍ତା ବାଦାମ, ୫୦ଗୋଟି ନଡ଼ିଆ ବ୍ୟତୀତ ମହୁ, ଗୋରସ, ଦହି, ଘିଅ ମିଶ୍ରିତରେ ନିର୍ମିତ ଏହି ଜୁଗାର । କେବଳ ସେତିକି ନୁହେଁ, ଜୁଗାର ଯାତ୍ରା ପାଇଁ ରାମ ବେଶରେ ସନ୍ତୋଷ ପଶାୟତ ଅଭିନୟ କରିଥିବା ବେଳେ ଲକ୍ଷ୍ମଣ ବେଶରେ ଭୂର୍ସୁବ ସାହୁ, ହନୁମାନ ବେଶରେ ଧ୍ଵଜ୍ ଗଡୁଆ, ସୁଗ୍ରୀବ ବେଶରେ ସନ୍ୟାସୀ ପ୍ରଧାନ, ଜାମ୍ୱବାନ ବେଶରେ ପ୍ରମୋଦ ବଢେଇ, ଋଷି ବେଶରେ ଜନ୍ମ ପ୍ରଧାନ ରହିଥିବା ବେଳେ ଅନ୍ୟ ଦଶଟି ବେଶରେ ଶବର, ବାଲ ହନୁମାନ ସୁସଜ୍ଜିତ ରଥରେ ଅଧିଷ୍ଠିତ ହୋଇ ଶୋଭାଯାତ୍ରା ହୋଇଥିଲା । ସ୍ଵତନ୍ତ୍ର ଆକର୍ଷଣ ହୋଇଥିଲା କଟକରୁ ଆସିଥିବା ଆତସ ବାଜି, ଜୁଗାର ଯାତ୍ରା ୫ ହଜାରରୁ ଅଧିକ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ରେମଣ୍ଡାରୁ ଆସିଥିବା ଘଣ୍ଟ ବାଦ୍ୟ, ଅତାବିରାର ଦୁଲୁଦୁଲି ବାଦ୍ୟ ସହ ଘଣ୍ଟ, ଶଙ୍ଖ, ହରିବୋଲ ହୁଳହୁଳିରେ ଶାସ୍ତ୍ରୀନଗର ଆନ୍ଦ୍ରପଡ଼ା ରାମ ମନ୍ଦିରରୁ ବାହାରି ଦୀର୍ଘ ୩ କିଲୋମିଟର ଦୁର୍ଗା ମନ୍ଦିର ଅଭିମୁଖେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳ ତଥା ରାସ୍ତା ଦୁଇ କଡରେ ଶ୍ରଦ୍ଧାଳୁମାନଙ୍କର ଭିଡ ଉତ୍ସବ ମୁଖର ହୋଇଥିଲା । ଏଥିରେ କମିଟିର ସଭାପତି ରଥି ସ୍ୱାଇଁ, ସଂପାଦକ ଅଚୁତ ବାରିକ, କୋଷାଧ୍ୟକ୍ଷ ମନୋରଞ୍ଜନ ପ୍ରଧାନ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ସରୋଜ ପ୍ରଧାନ, ଅମୂଲ୍ୟ ସ୍ୱାଇଁ, ରଞ୍ଜନ ପ୍ରଧାନ, ବଳରାମ ପ୍ରଧାନ, ମୁନ୍ନା, ଗଣେଶ ଓ ହରି ତଥା ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.