centurian jitm

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମଇ ମାସ ପାଇଁ ଯୁଗ୍ମ ଜନ ଶୁଣାଣୀ ଶିବିର

nschool
  • ଜନ ଶୁଣାଣି ପୋର୍ଟାଲ ଜରିଆରେ ମଧ୍ୟ ଅନଲାଇନରେ ଅଭିଯୋଗ ପତ୍ର ଦାଖଲ କରି ପାରିବେ ଆବେଦନକାରୀ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତାବଧାନରେ ଚଳିତ ମଇ ମାସରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ମଇ ମାସର ପ୍ରଥମ ସୋମବାର ତା ୦୫-୦୫-୨୦୨୫ ରିଖ ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସକାଳ ୭ଘଟିକା ଠାରୁ ଦିବା ୧୦ ଘଟିକା ସମୟ ପର୍ଯ୍ୟନ୍ତ ଶୁଣାଣି ହେବ, ସେହିପରି ମଇ ମାସର ଦ୍ୱିତୀୟ ମଙ୍ଗଳବାର ତା. ୧୩-୦୫-୨୦୨୫ରିଖ ବାମନଘାଟି ଉପଖଣ୍ଡ ପାଇଁ ବାମନଘାଟି ଉପଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମିଳନୀ କକ୍ଷ, ରାଇରଙ୍ଗପୁରରେ ସକାଳ ୭ ଘଟିକା ଠାରୁ ଦିବା ୧୦ ଘଟିକା ସମୟ ପର୍ଯ୍ୟନ୍ତ ଶୁଣାଣି ହେବ, ସେହିପରି ମଇ ମାସ ତୃତୀୟ ସୋମବାର ତା ୧୯-୦୫-୨୦୨୫ ରିଖ ପାଞ୍ଚପିଢ଼ ଉପଖଣ୍ଡ ପାଇଁ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସକାଳ ୭ଘଟିକାରୁ ଦିବା ୧୦ ଘଟିକା ପର୍ଯ୍ୟନ୍ତ ଶୁଣାଣି ହେବ ଏବଂ ମଇ ମାସର ଚତୁର୍ଥ ସୋମବାର ତା ୨୬-୦୫-୨୦୨୫ ରିଖ କପ୍ତିପଦା ଉପଖଣ୍ଡ ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ଉଦଳାଠାରେ ସକାଳ ୭ଘଟିକା ଠାରୁ ଦିବା ୧୦ ଘଟିକା ସମୟ ପର୍ଯ୍ୟନ୍ତ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ । ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିରରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଜିଲ୍ଲାସ୍ତରୀୟ ଲାଇନ ବିଭାଗ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାର,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ ମାନଙ୍କ ଉପସ୍ଥିତିରେ ଏବଂ ଜିଲ୍ଲାର ଅନ୍ୟ ଉପଖଣ୍ଡ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିରରେ ସମ୍ପୃକ୍ତ ଉପଖଣ୍ଡର ସମସ୍ତ ଉପଖଣ୍ଡ ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ବିଭାଗ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ସମସ୍ତ ତହସିଲଦାର ଓ ସମସ୍ତ ସିଡିପିଓ ମାନଙ୍କ ଉପସ୍ଥିତିରେ ସାଧାରଣ ଜନତାଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି କରି ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳର ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଗୁଡିକ ଉପସ୍ଥିତ ରହି ଜଣାଇ ପାରିବେ । ଆବେଦନକାରି ମାନେ ଅନଲାଇନରେ ମଧ୍ର ଜନଶୁଣାଣି ପୋର୍ଟାଲ ଜରିଆରେ ଅଭିଯୋଗ ପତ୍ର ଦାଖଲ କରିପାରିବେ । ମଇ ମାସ ଜନ ଶୁଣାଣି ପାଇଁ କାର୍ଯ୍ୟ ସୂଚୀ ଅନୁଯାୟୀ ଜିଲ୍ଲାର ୪ଟି ଉପଖଣ୍ଡ ପାଇଁ ଧାର୍ଯ୍ୟହୋଇଥିବା ସୋମବାର କିମ୍ବା ମଙ୍ଗଳ ବାରରେ ହେବାକୁ ଥିବା ଜନ ଶୁଣାଣି ପାଇଁ ଏହାର ପୂର୍ବ ଶୁକ୍ରବାର ଦିବା ୧୧ ଘଟିକା ଠାରୁ ଶନିବାର ଘ. ୧୧ : ୫୯ ମିନିଟ ପର୍ଯ୍ୟନ୍ତ ସ୍ଲଟ ବୁକିଂ କରି ଅଭିଯୋଗ ପତ୍ର ଦାଖଲ କରି ପାରିବେ । ଏହି ଅନଲାଇନ ଜରିଆରେ ସର୍ବାଧିକ ୧୦୦ଟି ଆବେଦନ ପତ୍ର ଗ୍ରହଣ ହେବା ପାଇଁ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.