ବରିଷ୍ଠ କଳାକାର ଯୁଧିଷ୍ଠିର ମହାକୁରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ, କଛାରପାଲି ଶ୍ରୀରାମଲୀଳାର ବରିଷ୍ଠ କଳାକାର ତଥା କଛାରପାଲି ମାହେଶ୍ୱରୀ ମନ୍ଦିରର ପୂଜକ ଯୁଧିଷ୍ଠିର ମହାକୁର(୮୭)ଙ୍କ ରବିବାର ଅପରାହ୍ନ ସାଢେ଼ ୫ଟା ସମୟରେ କଛାରପାଲି ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଶଯ୍ୟାସାୟୀ ଥିଲେ । ତାଙ୍କ ୪ପୁଅ ଓ ୩ ଝିଅ ମଧ୍ୟରୁ ୩ ପୁଅ ଓ ଗୋଟିଏ ଝିଅଙ୍କ ପୂର୍ବରୁ ଦେହାନ୍ତ ହୋଇଥିଲା । ଶେଷ ସମୟରେ ସାନ ପୁଅ ପ୍ରେମରାଜ ସହ ଗୋଟିଏ ଝିଅ ଓ ୧୭ ନାତି ନାତୁଣୀ ଅଛନ୍ତି । ରବିବାର ରାତିରେ ସୋନଗଡ଼ ନଦୀରେ ଶେଷକୃତ୍ୟ କରାଯିବାକୁ ପରିବାର ପକ୍ଷରୁ ଖବର ମିଳିଛି । ଯୁଧିଷ୍ଠିର ମହାକୁରଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶେଷ ଦର୍ଶନ ପାଇଁ ଘରେ ଓ ଶବାଧାରରେ ଲମ୍ବା ଧାଡ଼ି ଲାଗିଥିଲା । ସେ ନିଜର ୨୦ବର୍ଷ ବୟସରୁ ଦେଓଗାଁ, କଛାରପାଲିରେ ଅଭିନୀତ ହେଉଥିବା ଶ୍ରୀରାମଲୀଳା ସହ ବିଭିନ୍ନ ପୌରାଣିକ, କାଳ୍ପନୀକ ନାଟକରେ ଚରିତ୍ର ଓ ହାସ୍ୟ ଅଭିନେତା ଭାବେ ଅଭିନୟ କରି ଅଞ୍ଚଳରେ ବେଶ ଚର୍ଚ୍ଚିତ ଥିଲେ ।

Leave A Reply

Your email address will not be published.