oum

ନିଶା କବଳରେ ଯୁବ ପିଢ଼ି

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ନେସନାଲ୍‌ ଡ୍ରକ୍ସ ଦିବସ ଉପଲକ୍ଷେ ରାଉରକେଲାର ଏସ୍‌ଟିଆଇ ସ୍ଥିତ ସରକାରୀ ବିଦ୍ୟାଳୟ ଠାରୁ ଏକ ଜଣସଚେତନ ରାଲି ଅବକାରୀ ବିଭାଗ ନେତୃତ୍ୱରେ ବାହାରି ସହରର ମେନ୍‌ ରୋଡ଼୍‌ ଦେଇ ଉଦିତ ନଗର ହାଇ ସ୍କୁଲ ପଡିଆରେ ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାତୋଟି ସଂସ୍ଥା ଯୋଗଦାନ କରିଥିଲେ । ସେଥି ମଧ୍ୟରୁ ହେଲେ ରାଉରକେଲା ଏକସାଇଜ ବିଭାଗ, ଓ. ଏସ୍‌. ଏ. ପି. ଫୋର୍ଥ ବାଟାଲିୟନ,ସିଆ୍‌ଣପିଏଫ୍‌ ବାଟାଲିୟନ ରାଉରକେଲା ପୋଲିସ ଏନ୍‌ନ୍ସିସି ଛାତ୍ରଛାତ୍ରୀ ସ୍କୁଲ କଲେଜର ଛାତ୍ରଛାତ୍ରୀ ବ୍ରହ୍ମାକୁମାରୀର ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ଏଡିଏମ୍‌ ରାଉରକେଲା ସାନମାନିତ ଅତିଥି ଏସ୍‌ପି ରାଉରକେଲା ଉପସ୍ଥିତ ଥିଲେ । ଏକସାଇଜ ସୁପରଟେଣ୍ଡେନ କହିବା ଅନୁଯାଇ ବର୍ତ୍ତମାନର ଯୁବପିଢ଼ି ମାନେ ଯେଉଁଭଳି ଭାବେ ନିଶା ସେବନ କରି ନିଜର ଶରୀରକୁ ଅସୁସ୍ଥ କରୁଛନ୍ତି ତାହା ଚିନ୍ତା ଜନକର ବିଷୟ । ତାହା ସାଙ୍ଗେ ସାଙ୍ଗେ ନିଜ ପରିବାର ସହିତ ସମାଜକୁ ଦୂଷିତ କରୁଛନ୍ତି । ତାହା ଉପରେ ବ୍ରେକ ଲାଗିବା ଦରକାର ନହେଲେ ଭବିଷ୍ୟତରେ ସମାଜକୁ ବହୁତ କ୍ଷତି ହେବ । ବର୍ଷକୁ ଥରେ ଏହି ଭଳି କାର୍ଯ୍ୟକ୍ରମ କରି ବିଭାଗ୍ୟ ମାନେ ଚୁପ୍‌ ହୋଇ ବସି ପଡିଲେ ଚଳିବ ନାହିଁ । ନିଶା ଦ୍ରବ୍ୟ କରୁଥିବା ଅସାଧୁ ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.