ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ : କ୍ଷତି ପୂରଣ ଦାବୀରେ ବ୍ଳକ କାର୍ୟ୍ୟାଳୟ ଆଗରେ ଧାରଣା, ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

ସଇଁନ୍ତଲା, ( ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗ ପଞ୍ଚାୟତ ଧୂନକେଡା ଗ୍ରାମର ଭାସ୍କର ଛତ୍ରିଆଙ୍କ ଗତକାଲି ୪ଘଣ୍ଟା ସମୟରେ ପାଖରେ ଥିବା ଏକ ପତ୍ର ଫଡ଼ି ନିକଟସ୍ଥ(ପୋଲ) ଠାରେ ଯୁବକଙ୍କ ଅଚେତ ଅବସ୍ଥାରେ ତାଙ୍କ ଶରୀର ପରିବାର ଲୋକେ ଉଦ୍ଧାର କରିଥିଲେ । ସେହି ଯୁବକ ଶରୀରକୁ ସଇଁନ୍ତଲା ଡାକ୍ତରଖାନାକୁ ପହଂଚାଇ ଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେ ଜଣେ ତାଲବାହାଲ ପଞ୍ଚାୟତରେ ଏସଇଏମ ଭାବେ କାର୍ୟ୍ୟ ତୁଲାଉଥିଲେ । ତେବେ ତାଙ୍କ କାର୍ୟ୍ୟ ସମୟରେ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ କ୍ଷତି ପୂରଣ ଦାବୀରେ ବ୍ଳକ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସୂଚନା ମତେ ଭାସ୍କର ଛତ୍ରିଆ ଗତ ମଙ୍ଗଳବାର ଦିନ ତାଲବାହାଲ ପଞ୍ଚାୟତରେ ଏସଇଏମ ଭାବେ କାର୍ୟ୍ୟ କରୁଥିଲେ । ସେ ସକାଳୁ ୮ ଘଣ୍ଟା ସମୟରେ ଘରୁ ବାହାରି କାର୍ୟ୍ୟ ସ୍ଥଳୀକୁ ଯାଇଥିଲେ ହେଲେ ଦୀର୍ଘ ସମୟ ପରେ ଘରକୁ ଭାସ୍କର ଫେରି ନ ଥିବା ବେଳେ ପରିବାର ଲୋକେ ସନ୍ଦେହ କରି ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ପାଇନ ଥିଲେ । ତେବେ ଏନେଇ ପରିବାର ଲୋକେ ସଇଁନ୍ତଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୁଲିସ ତଦନ୍ତ ଆରମ୍ଭ ମଧ୍ୟ କରିଥିଲା ।

ହେଲେ ଗତ କାଲି ଧୂନ କେଡା ପତ୍ରଫଡ଼ି (ପୋଲ)ରୁ ଭାସ୍କରଙ୍କ ମୃତଦେହ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ ପରିବାର ଲୋକେ । ଅନ୍ୟପଟେ କାର୍ୟ୍ୟ ସମୟରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ବ୍ଳକ କାର୍ୟ୍ୟାଳୟ ସମ୍ମୁଖରେ ପରିବାର ଲୋକେ ଧାରଣା ଦେଇଥିଲେ । ପ୍ରକାଶ ଥାଉକି ପରିବାରର ୭ଜଣ ରହୁଥିବା ବେଳେ ପରିବାର ରୋଜଗାରି ଭାବେ ପରିବାର ପୋଷଣ କରୁଥିଲେ । ଏନେଇ ମୃତ ଭାସ୍କର ପୁଅ ଚନ୍ଦ୍ରଧ୍ଵଜ ଛତ୍ରିଆଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ଧାରଣା ଦେଇ ଦାବୀ କରିଥିଲେ । ତେବେ ଘଟଣା ସ୍ଥାନରେ ବିଡ଼ିଓ ଦେବାଶିଷ ସାମଲ ଓ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ । ଭାସ୍କରଙ୍କ ସ୍ତ୍ରୀଙ୍କୁ ଭତ୍ତା ପ୍ରଦାନ କରିବା ସହ ରେଡକ୍ରସ ତରଫରୁ ମଧ୍ୟ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଉଠିଥିଲେ ପରିବାର ଲୋକେ । ଅନ୍ୟପଟେ ଡେଙ୍ଗ ସରପଞ୍ଚ ଓ ଇଓ ଅକ୍ଷୟ ମହାନ୍ତି ହରିଶଚନ୍ଦ୍ର ଯୋଜନାରୁ ପରିବାର ଲୋକଙ୍କୁ ୨ହଜାର ଟଙ୍କା ଘଟଣା ସ୍ଥାନରେ ପ୍ରଦାନ ମଧ୍ୟ କରିଥିଲେ ।

Leave A Reply

Your email address will not be published.