ଯୁବକଙ୍କ ଆତ୍ମହତ୍ୟା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖଲନା ଗ୍ରାମରେ ଜଣେ ଯୁବକ ପଙ୍ଖାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନାକ୍ରମେ ଯୁବକ ଜଣକ ମୁରସିଦାବାଦ୍ ଜିଲ୍ଲା ସୁଟି ଥାନା ଅନ୍ତର୍ଗତ ଛାପଘାଟି ପଞ୍ଚାୟତ ମୁନସିପଡା ଗ୍ରାମ । ଆଜିକୁ ୮ରୁ୯ ମାସ ହେବ ମୁନସିପଡା ଗ୍ରାମର ୬ ଜଣ ଯୁବକ ସିନାପାଲି ବ୍ଲକ ଅନ୍ତର୍ଗତ ଖଲନା ଗ୍ରାମରେ ହିମାଞ୍ଚଲ ମାଝିଙ୍କ ଘର ନିର୍ମାଣ କାମ କରୁଥିଲେ । ହେଲେ ହଟାତ୍ କୌଣସି କାରଣରୁ ଯୁବକ ଜଣକ ଗତ ୧୭ ତାରିଖ ଦିନ ୨ଟା ବେଳେ ପଙ୍ଖାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ମୃତ ଯୁବକଙ୍କ ସମ୍ପର୍କିୟ ହେଡ୍ ମିସ୍ତ୍ରୀ ହସିମୁଦିନ୍ ଏସ୍‌କେ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣା ସ୍ଥାନକୁ ସିନାପାଲି ପୋଲିସ ପହଞ୍ଚି ଶବ ଜବତ କରିଥିଲେ ଓ ସିନାପାଲି ଥାନାରେ କେସ୍ ନମ୍ୱର ୧୦/୨୧ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ଓ ଅଧିକ ତଦନ୍ତ ଚଲାଇଥିବା ସିନାପାଲି ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନ ପ୍ରକାଶ କରିଛନ୍ତି । ବିଭିନ୍ନ ସମୟରେ ବାହାର ରାଜ୍ୟରୁ ଲୋକେ ନିଜ ଭରଣ ପୋଷଣ ସକାଶେ ଶ୍ରମିକ ଭାବେ କାମ ପାଇଁ ସିନାପାଲିକୁ ଆସୁଥିଲେ । ଏହି ପ୍ରତିକ୍ରିୟାରେ ସିନାପାଲି ପୋଲିସ ତାଙ୍କର ପରିଚୟ ପତ୍ର ରଖି ବ୍ୟବସାୟ ତଥା କାମଧନ୍ଦା କରିବାକୁ ସୁଯୋଗ ଦେଲେ ତାଙ୍କ ସଠିକ୍ ପରିଚୟ ପତ୍ର କିମ୍ବା ପ୍ରକୃତ ସତ୍ୟାସତ୍ୟ ମିଳି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.