ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ର ଗାନ୍ଧିଛକ ଫରେଷ୍ଟ ଅଫିସ ଶକ୍ତି ନଗର ରାସ୍ତା ଠାରେ ଆଜି ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳା ଝୁପୁଡିପଡାର ସୁରଜ ଦାସ (୨୦) ହୋଇଥିବା ସୂଚନା ରହିଛି । ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହେଲା ଓ କେଉଁ କାରଣରୁ ରାସ୍ତାକଡ଼ରେ ଶବ ପଡ଼ି ରହିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ତେବେ ତାକୁ କେହି ହତ୍ୟା କରି ରାସ୍ତାକଡ଼ରେ ଫୋପାଡି ଦେଇ ଥିବାର ସନ୍ଦେହ କରାଯାଉଛି ।

Leave A Reply

Your email address will not be published.