jittmm
sonalika

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌ : ଯୁବକ ମୃତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କାଦଡିହା ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌ । ଦୁର୍ଘଟଣାରେ ହିମେନ୍ ବସ ମାଲିକଙ୍କ ପୁଅ ଯୁବ ଓକିଲ ସୌମେନ୍ଦ୍ର ମହାନ୍ତି (ବୁଲୁ)ଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୧୧ଟା ୩୦ରେ ସୌମେନ୍ଦ୍ର ମହାନ୍ତି ନିଜ କାର୍‌ରେ ଆନନ୍ଦପୁରରୁ କରଞ୍ଜିଆ ଫେରୁଥିଲେ । କାଦଡିହା ଛକ ନିକଟରେ ଭାରସାମ୍ୟ ହରାଇ କାର୍‌ଟି ଏକ ଗଛରେ ପିଟି ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.