
ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଲୁଣହାର ଗ୍ରାମର ଯତୀନ୍ଦ୍ର ଭୋଇଙ୍କ ପୁଅ ପ୍ରକାଶ ଭୋଇ(୨୭) ରବିବାର ରାତିରେ ଆତ୍ମହତ୍ୟା କରିଛନ୍ତି । ଏକ କୋଠରୀର ଭିତର ପଟୁ କବାଟ ବନ୍ଦକରି ଫ୍ୟାନ ପଏଣ୍ଟରେ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଗତ ଦୁଇ ଦିନ ତଳେ ପାରିବାରିକ ଅଶାନ୍ତି କାରଣରୁ ପ୍ରକାଶ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ଏହା ପରେ ପ୍ରକାଶ ଆତ୍ମହତ୍ୟା କରିଥିବା ଗ୍ରାମବାସୀମାନଙ୍କଠାରୁ ଶୁଣିବାକୁ ମିଳିଛି । ସାଲେପୁର ପୁଲିସ ଖବର ପାଇ ସାଲେପୁର ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି ।